27.1 C
Bhubaneswar
Wednesday, June 26, 2024
Homeଓଡିଶାଟ୍ରେନ ଦୁର୍ଘଟଣା : ଦାର୍ଜିଲିଂ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଟ୍ରେନ ଦୁର୍ଘଟଣା : ଦାର୍ଜିଲିଂ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଟ୍ରେନ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାର୍ଜିଲିଂ ଅଭିମୁଖେ ଯାଇଛନ୍ତି । ସେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଦୁର୍ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ଏହି ଟ୍ରେନ ଦୁର୍ଘଟଣା ଦୁର୍ଭାଗ୍ୟଜନକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଓ ରେଳବାଇର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ପ୍ରକାଶ ଯେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ନିଉଜଲପାଇଗୁଡି ଷ୍ଟେସନ ନିକଟ ରଙ୍ଗପାଣି ଠାରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ପଛ ପଟରୁ ଧକ୍କା ମାରିଛି ମାଲବାହୀ ଟ୍ରେନ୍‌। ଦୁର୍ଘଟଣାରେ ଯାତ୍ରୀବାହୀ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନିଟି ବଗିର ବହୁ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ବେଳେ ୫ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking