27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଟ୍ରେନ୍ ଦୁର୍ଘଟଣା : ଅଶ୍ୱିନୀ ବୈଷ୍ଣବଙ୍କ ଦୁଃଖପ୍ରକାଶ

ଟ୍ରେନ୍ ଦୁର୍ଘଟଣା : ଅଶ୍ୱିନୀ ବୈଷ୍ଣବଙ୍କ ଦୁଃଖପ୍ରକାଶ

ପଶ୍ଚିମବଙ୍ଗ : ନ୍ୟୁ ଜଲପାଇଗୁଡା ନିକଟରେ ଟ୍ରେନ୍ ଦୁର୍ଘଟଣା । ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁଃଖପ୍ରକାଶ କରିଛନ୍ତି । ତେବେ ଏହି ଟ୍ରେନ ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହିତ ସେ କହିଛନ୍ତି ଯେ  ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଓ ରେଳବାଇର ସମନ୍ୱୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଦୁର୍ଘଟଣାସ୍ଥଳରେ ଚାଲିଛି ଜୋରଦାର ଉଦ୍ଧାରକାର୍ଯ୍ୟ । ରେଲୱେ, ଏନଡିଆରଏଫ, ଏସଡିଆରଏଫ ମିଳିତ ଭାବେ ଲାଗିଛନ୍ତି । ତେବେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଂଚିଛନ୍ତି । ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୫ ଜଣ ଆହତ ହୋଇଥିବା କୁହାଯାଉଛି। ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା। ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଗାଡି ଟ୍ରାକ୍‌ରେ ଠିଆ ହୋଇଥିବା ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଛି। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି ଭୟଙ୍କର ରୂପେ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ହସ୍ପିଟାଲକୁ ଆଲର୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking