29.1 C
Bhubaneswar
Saturday, July 27, 2024
Homeଓଡିଶାଟ୍ରେନ ଦୁର୍ଘଟଣା : ୨ ମୃତ

ଟ୍ରେନ ଦୁର୍ଘଟଣା : ୨ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ଜାମତାରାରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଭାଗଲପୁର-ୟେସୱନ୍ତପୁର ଟ୍ରେନରେ ନିଆଁ ଲାଗିବା ସନ୍ଦେହ କରି ଜଣେ ଯାତ୍ରୀ ଚେନ ଟାଣିଥିଲେ। ପରେ ଅଗ୍ନିକାଣ୍ଡର ଖବର ଶୁଣିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ଟ୍ରେନରୁ ଭୁଲ ପାର୍ଶ୍ୱକୁ ଡେଇଁବା ଆରମ୍ଭ କଲେ । ଏହି ସମୟରେ ଆସାନସୋଲରୁ ଜସିଡିହ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଯାତ୍ରୀଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆରପିଏଫ ଟିମ ଏବଂ ସ୍ଥାନୀୟ ପୋଲିସ ଫୋର୍ସ ଦୁଇଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଭୟଙ୍କର ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉଭୟଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଉଭୟ ମୃତଦେହ ଜାମତରା ଆରପିଏଫ ଟିମ ଆମ୍ବୁଲାନ୍ସ ସହାୟତାରେ ଜାମତାରାକୁ ନିଆଯାଇଥିବାବେଳେ ଆହତମାନଙ୍କୁ ଟ୍ରେନ ଯୋଗେ ଆସାନସୋଲକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking