27.1 C
Bhubaneswar
Wednesday, June 26, 2024
Homeଓଡିଶାଟ୍ରେଲର-ବସ ଧକ୍କା :ଜଣେ ମୃତ,୧୦ ଆହାତ

ଟ୍ରେଲର-ବସ ଧକ୍କା :ଜଣେ ମୃତ,୧୦ ଆହାତ

କୋରାପୁଟ : କୋରାପୁଟ – ଜୟପୁର ୨୬ନମ୍ବର ଜାତୀୟ ରାଜପଥର ଦେଓଘାଟି ଛକ ନିକଟରେ ସଡ଼କ ଦୁର୍ଘଟଣା। ଟ୍ରେଲର ସହ ମୁହାଁମୁହିଁ ଧକ୍କା ପରେ ଓଲଟିଲା ଅନ୍ନପୂର୍ଣ୍ଣା ବସ୍‌। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଓଡି ୧୦ ଜେ – ୯୫୭୬ ବସ ସହ ଟ୍ରେଲର ଧକ୍କା ହେବା ଫଳରେ ବସଟି ଓଲଟି ପଡିଥିଲା । ଏହାପରେ ସ୍ଥନୀୟ ଲୋକ ଓ ପ୍ରଶାସନ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ସହଯୋଗରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୧୦ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ୧୦ ଜଣ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking