17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି 

ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି 

ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି  ହୋଇଛି | ଟ୍ରାଫିକ୍ ନିୟମ ଉଲ୍ଲଂଘନକଲେ ଏଣିକି ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିର ନିର୍ଦ୍ଦେଶ ମୁତାବକ ଏଭଳି ନିୟମ ତିଆରି ହୋଇଛି। ମଦ ପିଇ ଗାଡ଼ି ଚଲାଇଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କଲେ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଅଧିକ ବେଗରେ ଗାଡ଼ି ଚଳାଇଲେ, ଟ୍ରାଫିକ୍ ଛକରେ ରେଡ୍ ଲାଇଟ୍ ଅମାନ୍ୟ କଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଆହୁରି ମଧ୍ୟ ମାଲବାହୀ ଗାଡ଼ିରେ ଓଭର ଲୋଡିଂ, କିମ୍ବା ଯାତ୍ରୀବାହୀ ଗାଡ଼ିରେ ମାଲ ପରିବହନ କଲେ ମଧ୍ୟ ଲାଇସେନ୍ସ ବାତିଲ କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍ ମୁତାବକ ଦେଶର ସମସ୍ତ ଆରଟିଓଙ୍କୁ ଅବଗତ କରାଯାଇଛି।
ରାଜ୍ୟର ଟ୍ରାନ୍ସପୋର୍ଟ କମିଶନର ଚିଏଲ ବାତିଲ୍ ହେଉଛି ନା ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ କମିଟିକୁ ପ୍ରତି ୩ ମାସରେ ଥରେ ଅବଗତ କରାଇବେ। ଆବଶ୍ୟକ ପଡ଼ିଲେ ନିୟମ ଉଲଂଘନକାରୀଙ୍କ ଡିଏଲ ସଂପୂର୍ଣ୍ଣ ବାତିଲ କରିବାକୁ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking