33.1 C
Bhubaneswar
Friday, May 3, 2024
Homeଓଡିଶାପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଜିଲ୍ଲାର ପୋଲିସ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲେକ୍ଷ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଟ୍ରାଫିକ ନିୟମ ସଂପର୍କରେ ଗାଡିଚାଳମାନଂକୁ ଅବଗତ କରାଯାଇଥିଲା l ହେଲମେଟ ବ୍ୟବହାର କରିବା ଟ୍ରାଫିକ ନିୟମ ଅନୁସାରେ ଯାନବାହାନ ଚଳାଇବା ସମ୍ପର୍କରେ ସଚେତନ କରାଯିବା ସଂଗେ ଗୋଲାପ ଫୁଲ ପ୍ରଦାନ କରା ଯାଇଥିଲା l ଟ୍ରାଫିକ ନିୟମ ଭାଙ୍ଗିଲେ ସଡ଼କ ପରିବହନ ଆଇନ ଅନୁସାରେ ଜୋରିମାନା ଆଦାୟ କରାଯିବ l ସମ୍ପର୍କରେ ଅବଗତ କରାଯାଇଥିଲା l ଯାଜପୁର ରୋଡ ଥାନ ନିକଟସ୍ଥ ଗୋଳେଇ ଛକ ଓ ସହର ବିଭିନ୍ନ ଛକ ଠାରେ ସଡ଼କ ସୁରକ୍ଷାର କାର୍ଯ୍ୟକ୍ରମ କରାଯାଇ ସଚେତନତାର ବାର୍ତ୍ତା ଦିଆଯାଇ ଥିଲା l ଯାଜପୁର ରୋଡ ଥାନା ଅଧିକାରୀ ଅନିଲି କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା l ସହର ସ୍ୱଚ୍ଛାସେବୀ ଅନୁଷ୍ଠାନମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking