38.1 C
Bhubaneswar
Saturday, April 20, 2024
Homeଓଡିଶାଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ କୁମରଙ୍କ ପରିବାର

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ କୁମରଙ୍କ ପରିବାର

ନୟାଗଡ଼ : କାନ୍ଦି କାନ୍ଦି ଜେଜେ ମା କହୁଛନ୍ତି କିଛି ସାହାଯ୍ୟ କର ମୋ ନାତିର ଚିକିତ୍ସା ହେବ। ବଡବାପା ସାହାଯ୍ୟ ମିଳିଲେ ପୁତୁରାର ଚିକିତ୍ସା କରାଇ ପାରନ୍ତୁ, ଗ୍ରାମବାସୀ କହୁଛନ୍ତି ଛୋଟ ପିଲା ଟିଏ କଷ୍ଟ ଦେଖି ସହି ହେଉନି କିନ୍ତୁ କିଛି କହିନପାରି କୋହ ଉଠେଇ କାନ୍ଦୁଛନ୍ତି ୪(ଚାରି) ବର୍ଷର ଶିଶୁ ବିମଳ ର ” ମା ” । କିଛି କହିବାକୁ ଚାହିଁଥିଲେ ମଧ୍ୟ ସାହି ପଡିଶାଙ୍କ ମୁହଁରୁ ପୁଅର କଷ୍ଟକୁ ଅନୁଭବ କରି ଖାଲି ଆଖିରୁ ଲୁହ ଗଡ଼େଇ ଚାଲିଛନ୍ତି ମା ରିନା ।

କେବେ କେମିତି ଟଙ୍କା ଯୋଗାଡ଼ କରିପାରିବୁ ଆଉ ପୁଅର ଚିକିତ୍ସା ହେବ ସେହି ଚିନ୍ତାରେ ନିଦ ହଜାଇ ସାରିଲେଣି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ କାପ୍ତାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ବେତନଟୀ ଗ୍ରାମର କୁମର ନାୟକ ଓ ସ୍ତ୍ରୀ ରିନା ନାୟକ, ଦୁଇ ପୁଅ, ଦୁଇ ଝିଅଙ୍କୁ ନେଇ କୁମରଙ୍କ ପରିବାର । ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ ଭାବେ କାମ କରନ୍ତି କୁମର, ଏକାକି ମୂଲ୍ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇ ପିଲାଙ୍କ ଆବଶ୍ୟକ ପୁରଣ କରିବା କଷ୍ଟକର ହୋଇପଡ଼ିଥିବା ବେଳ ସାନ ପୁଅର ଚିକିତ୍ସା କଥା ଭାବିଲେ ଆକାଶଟା ମୁଣ୍ଡୁ ଉପରେ ଖସି ପଡିଲାପରି ଲାଗେ। ୪ବର୍ଷର ପୁଅ ବିମଳର ଜନ୍ମରୁ ମୂତ୍ରନଳୀ ନଥିବା ବେଳେ ନାଭିରେ ଏକ ମାଂସ ପିଣ୍ଡୁଳା ବାହାରି ରହିଛି ଆଉ ସେହି ମାଂସ ପିଣ୍ଡୁଳା ଜାଗାରୁ ସବୁ ସମୟରେ ପରିସ୍ରା ଝରୁଛି, ଯେଉଁଥି ପାଇଁ ସେ ପ୍ୟାଣ୍ଟ୍ ପିନ୍ଧି ପାରୁନାହିଁ ଓ ବାହାରକୁ ଯାଇ ପାରୂନାହିଁ ।

ପୁଅର ଚିକିତ୍ସା ପାଇଁ କୁମର ନିଜର ଜମିବାଡ଼ି ବିକ୍ରି କରି ଓ ସାହି ପଡିଶା,ବନ୍ଧୁ ବାନ୍ଧବଙ୍କ ଠାରୁ ଧାର କରଜ୍ କରି ପ୍ରଥମେ ନୟାଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନାରେ ନେଇ ଚିକିତ୍ସା କରାଇଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ ,ଅପରେସନ କରାଇବା ପାଇଁ ଡାକ୍ତର କହୁଛନ୍ତି । ଅପରେସନ ପାଇଁ ଅନେକ ଟଙ୍କା ଦରକାର ଜାଣିବାପରେ ନିରୁପାୟ ହୋଇ ପୁଅ କୁ ଘର କୁ ଫେରାଇ ଆଣିଛନ୍ତି।ପୁଅର ଅପରସନ ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରିବା କୁମର ଙ୍କ ପାଇଁ ସମ୍ଭବ ହେଉ ନ ଥିବାରୁ, କଟକ ଡାକ୍ତଖାନା ରୁ ଫେରି ଭାଗ୍ୟକୁ ଆଦରି ନିରବିଯାଇଛନ୍ତି ସମସ୍ତ ପରିବାର। ଏଣୁ ପ୍ରଶାସନ,ରାନେତା କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତା ର ହାତ୍ର ବଢାଇଲେ ହୁଏତ “ବିମଳ” ର ଅପରେସନ ହୋଇ ପାରନ୍ତା ବିମଳ କୁ ମିଲିପାରନ୍ତା ନୂଆ ଜୀବନ,ସବୁ ପିଲା ଙ୍କ ପରି ବିମଳ ମଧ୍ୟ ଗାଁ ପିଲାଙ୍କ ସହିତ ଗାଁ ଦାଣ୍ଡ ରେ ଖେଳନ୍ତା ସ୍କୁଲ୍ କୁ ଯାଇ ହସ ଖୁସି ରେ ପଥ ପଢ଼ନ୍ତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking