33.3 C
Bhubaneswar
Sunday, May 18, 2025
Homeଓଡିଶାକେନାଲରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

କେନାଲରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦେଇ ଯାଇଥିବା କଟକ-କେନ୍ଦ୍ରାପଡା କେନାଲର ୮-ଏ୧ ଶାଖା କେନାଲରୁ ଜିଗ୍ନିପୁର ବଳସାହି ପୋଲ ନିକଟରୁ କ୍ଷତବିକ୍ଷତ ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ମାତକତପୁର ଗାଁର ବିଶିଷ୍ଟ ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ଏପରି ଘଟଣାକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ସୂଚନାଯୋଗ୍ୟ ଦୋଳଗୋବିନ୍ଦ ଗତକାଲି ରାତିରେ ସବୁଦିନ ପରି ଜହ୍ନିଆ ନିକଟ ସ୍ଥିତ ନିଜ ଦୋକାନ ଘରେ ଶୋଇଥିଲେ। ସେଠାରେ ତାଙ୍କୁ କିଏ କିଭଳି ଓ କେଉଁ କାରଣରୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଦୋକାନ ଘର ଆଗରେ ମାଟିରେ ରକ୍ତ ଓ ଚପଲ ପଡିଥିବାର ଦେଖିବାକୁ ମିଳିଥିଲା। ଦୋଳଗୋବିନ୍ଦଙ୍କ ଜହ୍ନିଆ ବାଜାରରେ ଏକ ସରକାରୀ ସ୍ବୀକୃତି ପ୍ରାପ୍ତ କାଠଗୋଲା, ସିମେଣ୍ଟ, ରଡ଼, ଗୋଡି ଓ ବାଲି ବିକ୍ରୟ ଦୋକାନ ଥିବା ସୂଚନା। ତେବେ ବ୍ୟବସାୟିକ ଶତ୍ରୁତା ନା ଅନ୍ୟ କେଉଁ କାରଣରୁ ଦୋଳଗୋବିନ୍ଦଙ୍କୁ ହତ୍ୟା କରାଯାଇ ପାଖ ଶାଖା କେନାଲରେ ଫୋପାଡ଼ି ଦିଆଯାଇଥିଲା ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ସାଲେପୁର ପୁଲିସ ଶବକୁ ଜବତ୍ କରିବା ସହ ଶବକୁ ବ୍ୟବଛେଦ ପାଇଁ କଟକ ପଠାଇ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking