27.2 C
Bhubaneswar
Monday, April 7, 2025
Homeଦେଶ ବିଦେଶହେଲିକପ୍ଟର ବ୍ଲେଡରେ ବାଜି ପର୍ଯ୍ୟଟକଙ୍କ ଜୀବନ ଗଲା

ହେଲିକପ୍ଟର ବ୍ଲେଡରେ ବାଜି ପର୍ଯ୍ୟଟକଙ୍କ ଜୀବନ ଗଲା

ଗ୍ରୀସ: ଗ୍ରୀସରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି । ହେଲିକପ୍ଟର ବ୍ଲେଡରେ ଲାଗି ଜଣେ ୨୧ ବର୍ଷୀୟ ବ୍ରିଟିସ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏମିତି ଘଟଣା ପୂର୍ବରୁ କେବେ ଘଟିନଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ମତ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗ୍ରୀସରେ ନିଜର ତିନି ସାଙ୍ଗଙ୍କ ସହ ଛୁଟି କାଟିବାକୁ ଯାଇଥିବାବେଳେ ଯୁବକଙ୍କ ମୃତ୍ୟୁ ହୋଇଛି । ଏକ ଘରୋଇ ବିମାନ ବନ୍ଦରରୁ ବାହାରିବା ସମୟରେ ହେଲିକପ୍ଟର ବ୍ଲେଡରେ ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ପର୍ଯ୍ୟଟକ ଜଣଙ୍କ ୱେଲ-୪୦୭ ନାମକ ହେଲିକପ୍ଟର ପଛେ ପଛେ ଚାଲିଯାଇଥିଲେ । ହୁଏତ ତାଙ୍କର ଧ୍ୟାନ ନଥିଲା ହେଲିକପ୍ଟର ପ୍ରୋପେଲର ବୁଲୁଥିବା ଜାଣି ପାରି ନଥିଲେ । ପରେ ହେଲିକପ୍ଟରର ଟେଲ ରୋଟରେ ଫସି ଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ପୋଲିସକୁ ଖବର ମିଳିବା ପରେ ହେଲିକପ୍ଟରର ଚାଳକ ଏବଂ ଗ୍ରାଉଣ୍ଡ ଟେକ୍ନିସିୟାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟଟକ ଜଣଙ୍କ ମାୟକୋନୋସରୁ ଫେରୁଥିଲେ ଏବଂ ବ୍ରିଟେନ ଫେରିବା ପାଇଁ ସେ ଘରୋଇ ବିମାନ ବନ୍ଦରରୁ ବାହାରି ଏଥେନ୍ସ ଏୟାରପୋର୍ଟ ଅଭିମୁଖେ ଯାଉଥିଲେ । ପୋଲିସ ଅଧିକାରୀ କହିଛନ୍ତିକି ଏମିତି ଘଟଣା ପୂର୍ବରୁ ଘଟିନଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking