27.1 C
Bhubaneswar
Saturday, December 7, 2024
Homeଦେଶ ବିଦେଶଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ

ଜମ୍ମୁ ଓ କାଶ୍ମୀରରେ କମୁଛନ୍ତି ପର୍ଯ୍ୟଟକ

ବ୍ୟୁରୋ : ଚିନ୍ତାରେ ଜମ୍ମୁ କାଶ୍ମୀରର ପର୍ଯ୍ୟଟକବିଭାଗ । ଗତ ଚାରି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହିଂସା ବୃଦ୍ଧି ଘଟିଛି । ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିକୁ ପ୍ରଭାବିତ କରିଛି, କିନ୍ତୁ ହିଂସାର ସବୁଠାରୁ ଖରାପ ପ୍ରଭାବ ପର‌୍ୟ୍ୟଟକ ଶିଳ୍ପ ଉପରେ ପଡ଼ିଛି । ହିଂସାକାଣ୍ଡ ଯୋଗୁଁ ବାତିଲ ହୋଇଥିବା ଗସ୍ତର ସଠିକ ସଂଖ୍ୟା ଶିଳ୍ପ ଜଗତର ବିଶେଷଜ୍ଞମାନେ ପ୍ରକାଶ କରୁନଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଡାଲ ହ୍ରଦରେ ଗତବର୍ଷ ତୁଳନାରେ ସନ୍ଧ୍ୟାରେ ପର‌୍ୟ୍ୟଟକଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳୁଛି । ହ୍ରଦ ଉପରେ ସବାରୀ ଡଙ୍ଗା ଚଳାଉଥିବା ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ନିର୍ବାଚନ ଓ ଏବେ ହିଂସାକାଣ୍ଡ ଯୋଗୁଁ ପର‌୍ୟ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନିର୍ବାଚନ ଓ ପରେ ହିଂସାକାଣ୍ଡ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ, ଯେଉଁ କାରଣରୁ ପର‌୍ୟ୍ୟଟକଙ୍କ ସଂଖ୍ୟା  ହ୍ରାସ ପାଉଛି । ଡାଲ ହ୍ରଦ ସବାରୀ ଡଙ୍ଗା ସଂଘ ପକ୍ଷରୁ କୁହାଯାଇଛି ଅକ୍ଟୋବର-ନଭେମ୍ବର ମାସରେ ପୂଜା ଛୁଟିରେ ଅନେକ ଲୋକ କାଶ୍ମୀରକୁ ଆସୁଥିଲେ, କାରଣ ସେମାନଙ୍କୁ ଯିବାର ସୁଯୋଗ ମିଳିଥାଏ । କିନ୍ତୁ ପର‌୍ୟ୍ୟଟନ ସ୍ଥଳକୁ ନେଇ ଅନେକ ଆତଙ୍କବାଦୀ ହିଂସାକାଣ୍ଡ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।ବ୍ୟବସାୟୀମାନେ ସରକାରଙ୍କୁ ନିବେଦନ କରି କହିଛନ୍ତି ସରକାରଙ୍କ ସହାୟତା ଦରକାର ନହେଲେ ଆମେ ମାନେ ପ୍ରଭାବିତ ହେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking