ଯାଜପୁର(ଅଭିମନ୍ୟୁ ମିଶ୍ର) : ଓଡିଶା ପର୍ଯ୍ୟଟନ ମାନଚିତ୍ର ରେ ରହିଛି ପ୍ରାକୃତିକ ସୌନ୍ଦଯ୍ୟ ଭରା ଅଶୋକଝର ଏହି ପର୍ଯ୍ୟଟନସ୍ଥଳ କାହିଁକି ଅବହେଳିତ ତାହା ପ୍ରଶ୍ନ ବାଚୀ? ରାଜନେତା ଙ୍କ ଇଛା ଶକ୍ତି ଅଭାବ ଓ ଜିଲ୍ଲା ପ୍ରଶାସନ ର ଅଣଦେଖା ପାଇଁ ଏହି ପର୍ଯ୍ୟଟନ ସ୍ଥଳୀ ର ଆଖିଦୃଶିଆ ବିକାଶ ସତେ ପରିମାଣ ର ହୋଇପାରିନାହଁ ଏହି ସ୍ଥଳୀ କୁ ଲାଗି ସୁକିନ୍ଦା ଖଣି ଉପତ୍ୟକା ରହିଛି l ଜିଲ୍ଲା ଖଣିଜ ପାଣ୍ଟି ରେ କୋଟି କୋଟି ଟଙ୍କା ପଡ଼ିରହିଛି l ସେହି ପାଣ୍ଟି ର ଟଙ୍କା ବିନିଯୋଗ କରାଯଇଥିଲେ ଏହି ପର୍ଯ୍ୟଟନ ସ୍ଥଳୀ ରାଜ୍ୟ ତଥା ଦେଶ ର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବରେ ମାନ୍ୟତା ପାଇ ପାରିଥାନ୍ତା l ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇ ଥାନ୍ତେ l କିନ୍ତୁ ସବୁ ଥାଇ ମଧ୍ୟ ଅବହେଳିତ ଏବେ ଏହି କ୍ଷେତ୍ର ର ବିକାଶ ପାଇଁ ଯୁବ ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଅଣ୍ଟା ଭିଡିଛନ୍ତି l ବିଧାୟକ କେତଦୁର ସଫଳ ହେବେ ସୁକିନ୍ଦା ତଥା ଯାଜପୁର ବାସୀ ଚାହିଁରହି ଛନ୍ତି l -ଯାଜପୁର ଜିଲ୍ଲା ର ସୁକିନ୍ଦା ଛକ ଠାରୁ ମାତ୍ର 10 କି. ମି ଦୂରରେ ଅଶୋକ ଝର ପର୍ଯ୍ୟଟନ ସ୍ଥଳ ଅବସ୍ଥିତ, ପ୍ରାକୃତିକ ସୌନ୍ଦର୍ଯ୍ୟ ବନ ପାହାଡ଼, ଗଛ ଲତା, ଝରଣା, ଗୁମ୍ଫା ମନ୍ଦିର ଭରା ଏହି ସ୍ଥଳ ମହାଗିରି ପର୍ବତ ମାଳାରେ ଅବତୀର୍ଣ, ଯାହା ଯାଜପୁର ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲା ମଧ୍ୟ ରେ ଥାଇ ଦୁଇଟି ଜିଲ୍ଲା ର ସୀମା ହୋଇ ରହିଛି, ଏହି ମହାଗିରି ପର୍ବତ ମାଳା ପୁରାଣ ବର୍ଣିତ ରାମାୟଣ ର ବାଳି ଓ ସୁଗ୍ରୀବ ଙ୍କ କିମ୍ବଦନ୍ତୀ ଋଷ୍ୟମୁକ ଗୁମ୍ଫା ର ମୁକ ସାଖି, ଗୁମ୍ଫା ର ଅନତି ଦୁର ରେ ସପ୍ତ ଶାଳ ବୁକ୍ଷ ରହିଛି ତ୍ରେତୟା ଯୁଗ ର ବହୁ ଘଟଣା ସହ ଏହି ସ୍ଥାନ ର ସମ୍ପର୍କ ରହିଛି l ଭ ଗବାନ ଶ୍ରୀ ରାମ ସୀତାଙ୍କୁ ଖୋଜି ଏଠାକୁ ଆସିଥିଲେ l ବାନର ରାଜ ସୁଗ୍ରୀବ ସହ ଭେଟ ହୋଇଥିଲା l ଏଠାରେ ଥିବା ଗୁମ୍ଫା ସୁରକ୍ଷିତ ଅବସ୍ଥା ରହି ଛି ଗୁମ୍ଫା ସମ୍ପର୍କ ରେ ଅନେକ ଆଲୋକିକ କଥା ମାନ ରହିଛି l କାଳକ୍ରମେ ଲୋକବାଣୀ ଅନୁଯାଇ ଅଶୋକ ନାମକ ଏକ ବୃକ୍ଷ ମୂଳରୁ କୁଳୁ କୁଳୁ ନାଦ ଶବ୍ଦ ରେ ଝରଣା ବୋହିଆସୁଥିବାରୁ ଏହାର ନାଁ ରହିଛି ଅଶୋକ ଝର, ପର୍ବତ ଜଙ୍ଗଲ ଭରା ଅଶୋକ ଝର ଶୋଭା ଅତୁଳନୀୟ ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ ଅନେପୁରାଣୀଙ୍କ ଗାଥା ଲୁଚି ଗଲାଣିl
ଏଠାରେ ଆପଣ ଦେଖିବା କୁ ପାଇବେ ଆଶୋକେଶ୍ବର ଶୈବ ମନ୍ଦିର, ଆଶୋକେଶ୍ବରୀ ଶାକ୍ତ ପୀଠ ଏବଂ ଲଷ୍ମୀନାରାୟଣ ଙ୍କ ମନ୍ଦିର ରହିଛି
-କିନ୍ତୁ ଦୀର୍ଘ ବର୍ଷ ବର୍ଷ ଧରି ଓଡିଶା ପର୍ଯ୍ୟଟନ ସ୍ଥଳରେ ମାନ୍ୟତା ପାଇ ଥିବା ଏହି ଅଶୋକ ଝର ପର୍ଯ୍ୟଟନ ସ୍ଥଳ ଟି ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଓ ଓଡିଶା ପର୍ଯ୍ୟଟନ ର ଆନ୍ତରିକତା ଅଭାବରୁ ଏହାର ଭିର୍ତ୍ତିଭୂମି ର ବିକାଶ ହୋଇ ପାରୁନାହିଁ, ଯଦି ଏହାର ବିକାଶ ହୁଅନ୍ତା ବର୍ତମାନ ଯେତେ ପରିମାଣ ରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ତାଠାରୁ ଅଧିକ ପର୍ଯ୍ୟଟକ ମାନଙ୍କର ସମାଗମ ଦେଖିବାକୁ ମିଳନ୍ତାବିଶେଷ କରି ଶୀତ ଓ ବସନ୍ତ ଋତୁ ବଣଭୋଜି ପାଇଁ ପର୍ଯ୍ୟଟକ ମାନେ ଆସି ଥାନ୍ତି l ମକର ସଂକ୍ରାନ୍ତି ରେ ମକର ମେଳା ହୁଏ l 3ଦିନ ଧରି ବିଶ୍ଵ ଶାନ୍ତି ଯଂଜ୍ଞ ଅନୁଷ୍ଠିତ ହୋଇଥାଏ l ଅଶୋକ ଝର ଶ୍ୱର ଓ ଅଶୋକଶ୍ଵରୀ ଙ୍କ ନିକଟ ମାନସିକ କଲେ ତାହା ପୂରଣ ହୁଏ ବୋଲି ଲୋକ ମାନଙ୍କ ଅତୁଟ ବିଶ୍ୱାସ ରହିଛି ସେଥି ପାଇଁ ଶ୍ରଦ୍ଧାଳୁ ମାନଙ୍କ ମକର ସଂକ୍ରାନ୍ତି ଦିନ ଭିଡ଼ ଲାଗେ l
ଗୁମ୍ଫା ରେ ସାଧୁ ସନ୍ୟାସୀ ମାନେ ତପସ୍ୟା କରୁ ଥିବା ର ସେଠାକାର ଲୋକ ମାନେ କହନ୍ତି ଏହି ସ୍ଥାନ ଟିକୁ ସରକାର ବହୁ ପଛରେ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟ ତା ଦେଲେ କିନ୍ତୁ ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି କରି ନ ଥିଲେ ମଧ୍ୟ୍ୟବିଧାୟକ ବିକାଶ ପାଇଁ ବ୍ଲୁ ପ୍ରସ୍ତୁତି କରିଛନ୍ତି ଏହି କ୍ଷେତ୍ର ର ବିକାଶ ଖୁବ ଶୀଘ୍ର କରାଯିବ ବୋଲି ଓଏନ କୁ ସୂଚନା ଦେଇଛନ୍ତି l