28.9 C
Bhubaneswar
Wednesday, April 17, 2024
Homeଓଡିଶାଓଡିଶା ଖଣି ନିଗମ ଅବସରପ୍ରାପ୍ତ କର୍ମଚାରୀ ଙ୍କ ଅନଶନ କୁ ଆଇଏନଟିୟୁସି ସମର୍ଥନ କରି ମୁଖ୍ୟମନ୍ତ୍ରୀ...

ଓଡିଶା ଖଣି ନିଗମ ଅବସରପ୍ରାପ୍ତ କର୍ମଚାରୀ ଙ୍କ ଅନଶନ କୁ ଆଇଏନଟିୟୁସି ସମର୍ଥନ କରି ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲାର ଯାଜପୁର ରୋଡ ସ୍ଥିତ ଓଡିଶା ଖଣି ନିଗମ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗତ 11ତାରିଖ ରୁ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ଖଣି ନିଗମ ପ୍ରସ୍ତାବିତ ସ୍ୱତନ୍ତ୍ର ଭତ୍ତା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିଥିବା ରିଲେ ଅନଶନ 8ମ ଦିନରେ ପହଁଞ୍ଚିଛ !ଏହି ଅନିର୍ଦ୍ଧିଷ୍ଟ କାଳ ପାଇଁ ବସି ରହିଥିବା ରିଲେ ଅନଶନ ରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି ପହଂଚି ସେମାନଙ୍କ ଦାବି ଯଥାର୍ଥ ବୋଲି ସମର୍ଥନ ଦେବା ସହିତ ଓଡିଶା ରେ ମୁଖ୍ୟମନ୍ତ୍ରୀ, 5ଟି ସଚିବ ଓ ଖଣି ନିଗମ ଅଧକ୍ଷ ଙ୍କୁ ଏହି ମର୍ମରେ ଏକ ପତ୍ର ଲେଖିଥିବା ଜଣାପଡିଛି !ଏଠାରେ ସୂଚନା ଯୋଗ୍ୟ ରାଜ୍ୟ ସରକାର ଙ୍କ ବିଭିନ୍ନ ଲାଭ ଦାୟକ ନିଗମ ମଧ୍ୟରୁ ଏହା ପ୍ରଥମ ସ୍ଥାନ ଅଧିକାର କରିବା ଓ ବଣ ଜଙ୍ଗଲ ପାହାଡ଼ ପର୍ବତ ଅଞ୍ଚଳ ରେ ନିଜ ଜୀବନ କୁ ବାଜି ଲଗାଇ ସରକାର ଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ବେଳେ ଏହି କର୍ମଚାରୀ ମାନଙ୍କୁ ଅବସର କାଳୀନ ଭତ୍ତା ନ ଦେବା ଏକ ମାନବ ଅଧିକାର ଉଲଘଂନ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ! ଏଥି ପାଇଁ ଖଣି ନିଗମ ପକ୍ଷରୁ ପ୍ରସ୍ତାବିତ ସ୍ୱତନ୍ତ୍ର ଭାବେ ପ୍ରତ୍ୟେକ ଙ୍କୁ ସରକାରୀ ଭାବେ ପାଉଥିବା ମୂଳ ଦରମାର 50 ପ୍ରତିଶତ ପେନସନ ଦେବା ନିଷ୍ପତି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଧ୍ୟାଦେଶ ଜରିଆରେ ସେମାନଙ୍କୁ ଏହି ପେନସନ ପ୍ରଦାନ ନ କଲେ ଆଗାମୀ ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ଖଣି ନିଗମ ରେ ହେଉଥିବା ପରିବହନ କୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଶ୍ରୀ ମହାନ୍ତି ଓଏନ କୁ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking