34.1 C
Bhubaneswar
Tuesday, May 14, 2024
Homeଓଡିଶାପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ଯ୍ୟଟକ । ସେଥି ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଏବେ ନିଖୋଜ ଥିବା ପର୍ଯ୍ୟଟକଙ୍କୁ ଖୋଜୁଛନ୍ତି ପୁରୀ ବିଚରେ ଉଦ୍ଧାରକାରୀ ଦଳ। ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ନିଶାନ୍ତ ଗୋୟଲ ଓ ହିମାଂଶୁ କୁମାର ।

ଏହି ଦୁଇ ପର୍ଯ୍ୟଟକ ହେଉଛନ୍ତି ଝାଡ଼ଖଣ୍ଡର ଦୁଲତିନଗାଁଞ୍ଜା ଅଞ୍ଚଳର । ଉଚ୍ଚ ଜୁଆର ଯୋଗୁ ପର୍ଯ୍ୟଟକ ମାନେ ସମୁଦ୍ର ଗାଧୋଇବା ବେଳେ ପାଣି ଭିତରକୁ ଚାଲି ଯାଇଥିଲେ । ତେବେ ବିଚରେ ଥିବା ଲାଇଫ ଗାର୍ଡ ମାନେ ଉଧାର କରିଥିଲେ । ତେବେ ନିଖୋଜ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ବାଲେଶ୍ଵରର ବଂଶୀଧର ବେହେରା । ତାଙ୍କୁ ଖୋଜା ଖୋଜି ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking