19.1 C
Bhubaneswar
Thursday, December 26, 2024
Homeଓଡିଶାଛୁଇଁଲା ପହିଲି ଶୀତ; କୁହୁଡ଼ି ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଛୁଇଁଲା ପହିଲି ଶୀତ; କୁହୁଡ଼ି ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ପହିଲି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନକୁହୁଡ଼ି । ସ୍ୱାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ୨୪ ଘଣ୍ଟାରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡିରେ ୧୪ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି । କିରେଇରେ ୧୪.୪ଡିଗ୍ରୀ ଏବଂ ସେମିଳିଗୁଡାରେ ୧୫ ଡିଗ୍ରୀ ତାପମାତ୍ରା ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଆଗାମୀ ୪ ଦିନ ପାଗ ଶୁଖିଲା ରହିବ ।

ତେବେ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଆସନ୍ତା ନଭେମ୍ବର ୧ରୁ ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ଜିଲ୍ଲାରେ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନକରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଛି । ଯାଜପୁର ଜିଲ୍ଲାରେ ୧୦ ମିଲିମିଟର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଶୁଳିଆପଦାରେ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଥିସହ ରାତିର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ଖବର ହସ୍ତଗତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking