30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଇଜିପ୍ଟ: ସଡ଼କ ଦୁର୍ଘଟଣାରେ ୩୫ ମୃତ

ଇଜିପ୍ଟ: ସଡ଼କ ଦୁର୍ଘଟଣାରେ ୩୫ ମୃତ

କାଏରୋ: ଆଫ୍ରିକୀୟ ରାଷ୍ଟ୍ର ଇଜିପ୍ଟର କାଏରୋ-ଆଲେକ୍‌ଜାଣ୍ଡ୍ରିୟା ରାଜପଥରେ ଶନିବାର ଗୋଟିଏ ବସ୍ ଓ ଏକାଧିକ କାର୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟି ୩୫ ଜଣ ପ୍ରାଣ ହରାଇଛନ୍ତି । ଆହତ ୫୩ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୧୮ ଜଣ ଜୀଅନ୍ତା ଜଳିଯାଇଛନ୍ତି ।

ଦୁର୍ଘଟଣା ଘଟିଥିବା ସ୍ଥାନରେ ଖଞ୍ଜାଯାଇଥିବା ସିସିଟିଭି ଫୁଟେଜ୍ ଅନୁଯାୟୀ ଗୋଟିଏ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡିଥିଲା । ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଗୋଟିଏ ବସ୍ ଓ ମିନିବସ୍ ଏକାଧିକ କାର୍‌କୁ ଧକ୍କା ଦେଇ ଏହି ଟ୍ରକ୍ ସହ ଧକ୍କା ହେବାରୁ ସେଥିରେ ନିଆଁ ଲାଗିଯାଇଥିଲା । କାର୍‌ଗୁଡିକରେ ମଧ୍ୟ ନିଆଁ ଲାଗିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking