ଭୁବନେଶ୍ୱର : ଦିଲ୍ଲୀ ଗଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆସନ୍ତା କାଲି ପିସିସି ପରିବର୍ତ୍ତନ ନେଇ ଆଲୋଚନା ହେବା ନେଇ କହିଛନ୍ତି ନିରଞ୍ଜନ । ପୂର୍ବରୁ ୯ ବିଧାୟକ ଙ୍କ ସହ ଜୟଦେବ ଜେନା ମଧ୍ୟ ଦିଲ୍ଲୀ ଯାଇଛନ୍ତି । ପିସିସି ନେଇ କାଲି ଚୂଡାନ୍ତ ନିଷ୍ପତ୍ତି ହୋଇଯିବ ବୋଲି କହିଛନ୍ତି ନିରଞ୍ଜନ । ପରିବର୍ତ୍ତନ ର ଆବଶ୍ୟକତା ଅଛି ମୁଁ ଇସ୍ତଫା ଦେଇ ସାରିଛି -ନିରଞ୍ଜନ । ତେବେ ଗତ କିଛି ଦିନ ହେବ ପିସିସି ସଭାପତି ଚୟନ ନେଇ ଛକାପଂଝା ଲାଗିରହିଥିଲା ।