ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ ଟୋକିଓ ଅଲମ୍ପିକ ର ମହିଳା ଏକଲ ସ୍ପର୍ଦ୍ଧା ର କ୍ୱାର୍ଟରଫାଇନାଲରେ ଜାପାନର ଅକାନେ ୟାମାଗୁଚୀଙ୍କୁ ୨୧-୧୩,୨୨-୨୦ରେ ହରାଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହି ମୁକାବିଲା ଅତି କଠିନ ରହିଥିଲା ଏବଂ ଦୁଇ ଖେଳାଳୀ ବିଜୟ ପାଇଁ ଅନେକ କସରତ କରିଥିଲେ । ଏବେ ସେ ପଦକରୁ ମାତ୍ର ଗୋଟିଏ ମାତ୍ର ଦୂରରେ ଅଛନ୍ତି । ଯଦି ସିନ୍ଧୁ ସେମିଫାଇନାଲରେ ଜିତନ୍ତି, ତେବେ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ ହୋଇ ରହିବ ।
ଋିୟୋ ଅଲମ୍ପିକ ୨୦୧୬ର ସିଲଭର ମେଡାଲ ବିଜେତା ସିନ୍ଧୁ ବ୍ୟାଡମିଣ୍ଟନରେ ଭାରତର ପ୍ରଥମ ଅଲମ୍ପିକ ସ୍ୱର୍ଣ୍ଣ ପଦକ ନେଇ ଆଶା ସଂଚାର କରିଛନ୍ତି । ଏବେ ତାଙ୍କର ସାମ୍ନା ଥାଇଲାଣ୍ଡର ରତଚାନୋକ ଇନ୍ତାନୋନ ଓ ଚୀନି ଚାଇପେର ତାଇ ଜୁ ୟିଂଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲର ବିଜେତାଙ୍କ ସହ ହେବ । ସିନ୍ଧୁ ବର୍ତମାନ ଭଲ ଫର୍ମରେ ଆଗକୁ ବଢୁଛନ୍ତି ଏବଂ ଆଶା କରାଯାଉଛି ଯେ, ସେ ଚଳିତ ଥର ଗୋଲ୍ଡ ମେଡାଲ ଆଣିବେ ।