ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ବନ୍ଧୁଙ୍କ ମେଳରେ ଆନନ୍ଦ ଅନୁଭବ କରିବେ । ଉତ୍ସାହିତ ହୋଇ କାର୍ଯ୍ୟ କରିପାରନ୍ତି । ଥଣ୍ଡା, କାଶରେ ପିଡା ଅନୁଭବ କରିବେ । ମହିଳାମାନେ ଦୂର ଯାତ୍ରାକୁ ଯାତ୍ରା କରିବେ ।

ବୃଷ : ବହୁ ଦିନର ଝାମେଲା ଆଜି ତୁଟି ଯିବ । ପରିବାରରେ ଆନନ୍ଦ ଲହରୀ ଖେଳିବ । ବିଭିନ୍ନ ଦିଗରୁ ଧନଲାଭ ହେବ । ସ୍ତ୍ରୀତୋଷୀ ହେବେ ।

ମିଥୁନ : ଆଜି ସୁଖସମ୍ମାନ ଲାଭ ପାଇବେ । ସୁସ୍ୱାଦ ଭୋଜନ ପାଇ ତୃପ୍ତି ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

କର୍କଟ : କାର୍ଯ୍ୟରେ ଅଶାନ୍ତି ଉପୁଜିପାରେ । ବ୍ୟୟ ଯୋଗ ରହିଛି । ଚଂଚଳମନା ହେବେ । ମଧୁର କଥା କହି ମନ ଜିଣିବେ । ମହିଳାମାନେ ଚକ୍ଷୁପିଡା ଅନୁଭବ କରିବେ ।

ସିଂହ : ଆଜି ଭ୍ରମଣ ଜନିତ ସୁଖ ମିଳିପାରେ । କଳାରେ ସମ୍ମିନିତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ ।

କନ୍ୟା : ସରକାରୀ ସ୍ତରରୁ ସମ୍ମାନିତ ହେବେ । ପରିଶ୍ରମର ମୂଲ୍ୟ ମିଳିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ ।

ତୁଳା : ଆଜି ଛୁଟି କଟାଇବା ପରେ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବେ । ଭୋଗବିଳାସରେ ଦିନଟି ଅତିବାହିତ ହେବ । ବିଦ୍ୟାର୍ଥୀମାନେ ଉଚ୍ଚ ପ୍ରଂଶସାର ପାତ୍ର ହେବ ।

ବିଛା : ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଗୃହକାର୍ଯ୍ୟରେ ଦିନଟି ବିତାଇବେ । ଚନ୍ଦ୍ରଙ୍କ ଯୋଗୁଁ ସତର୍କରେ ରହିବେ । ମହିଳାମାନେ ଅନ୍ୟକୁ ଇର୍ଷା କରି ଝାମେଲା କରିପାରନ୍ତି ।

ଧନୁ: ଆଜି ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ପାଇବେ । ଏଥିପାଇଁ ବହୁତ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ମନ ଦେବେ । ମନରେ ଅହଂ ଭାବ ଆସିବ ।

ମକର : ବହୁଦିନର ଆଶା ଫଳବତୀ ହେବ । ପ୍ରଥମେ ଶତୃର ତେଜ ଦେଖି ମନରେ ଭୟ ସଂଚାର ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବ ।

କୁମ୍ଭ : ଆଜି ଆୟ ଖୁବ ଭଲ ରହିବ । ନଷ୍ଟ ହୋଇଯାଇଥିବା ଦ୍ରବ୍ୟ ମିଳିପାରେ । ଚଂଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ ଧନପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରୁ ଲାଭ ହେବ ।

ମୀନ: କାର୍ଯ୍ୟରେ ଢେର୍ ଉନ୍ନତି କରିବେ । ନ୍ୟାୟ ପାଇଁ କଳହର ସମ୍ମୁଖୀନ ହେବେ । ଉଦାର ସ୍ୱଭାବର ହଇପାରନ୍ତି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବଢିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ ।

LEAVE A REPLY

Please enter your comment!
Please enter your name here