28.1 C
Bhubaneswar
Wednesday, April 24, 2024
Homeରାଶିଫଳଆଜି କଣ ଘଟିବ ଆପଣଙ୍କ ସହ, ଜାଣନ୍ତୁ...

ଆଜି କଣ ଘଟିବ ଆପଣଙ୍କ ସହ, ଜାଣନ୍ତୁ…

ମେଷ: କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ସୁଖ ସମୃଦ୍ଧି ଉପଳବ୍ଧିରେ ବାଧା, ଧନହାନୀ ହୋଇପାରେ । ମହିଳାମାନେ ବିଶ୍ୱାସଭାଜନ ହେବେ ।
ବୃଷ: ଆଜି ସକାଳୁ ସକାଳୁ ବୃଥା ଭ୍ରମଣ ଯୋଗ ରହିଛି । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ । ଶାରୀରିକ କ୍ଳେଶ, ଧନ ସମ୍ପଦ ହାନି, କୋଷ୍ଠ କାଠିନ୍ୟ ହୋଇପାରେ । ମାନସିକ ଦୁଶ୍ଚିନ୍ତା ବଢ଼ିବ ।
ମିଥୁନ: ବୃଥା ଭ୍ରମଣ ବ୍ୟୟ ଓ ଅର୍ଥହାନୀ ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତକାର୍ଯ୍ୟରେ ଦାନ କରିପାରନ୍ତି । କେବଳ ସତର୍କମରେ ଶୁଭ ଫଳ ଓ ଅସତକର୍ମରେ ଅଶୁଭଫଳ ପାଇବେ ।
କର୍କଟ: ଆଜି ବୃହସ୍ପତିଙ୍କ ଯୋଗୁ ଅନେକ ଶୁଭଫଳ ପାଇବେ । ମନରେ ଆଶା ପୂରଣ ହେବ । ବାଣିଜ୍ୟ ଓ ପୁଞ୍ଜିନିବେଶ ଲାଭଜନନକ ହେବେ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି ।
ସିଂହ: ବହୁଦିନରୁ ଅଟକିଥିବା ଅର୍ଥର ପୁନରାବର୍ତ୍ତନ ହେବ । ବନ୍ଧୁ ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଆତ୍ମ ସନ୍ତୋଷ ମିଳିପାରିବ । ପ୍ରଭାବଶାଳୀ ହେବେ ।
କନ୍ୟା: ବହୁ ବିପଦ ଆପଦର ସମ୍ମୁଖୀନ ହେବାକୁ ପଡ଼ିପାରେ । ଧନପ୍ରାପ୍ତିର ଆଶା ତଥା ଉଦ୍ୟମ ବିଫଳ ହେବ । ପତି-ପତ୍ନୀଙ୍କ ମଧ୍ୟରେ ବୁଝାମଣା ଅଭାବ ପରିଲକ୍ଷିତ ହେବ ।
ତୁଳା: ବିଜୟ ପ୍ରାପ୍ତି ହେବେ । ବୁଧ ଓ ରବିଙ୍କ ପ୍ରଭାବରୁ କର୍ମକ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ଉନ୍ନତିର ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇପାରନ୍ତି ।
ବିଛା: ପ୍ରାୟ ସର୍ବତ୍ର ଭୀତତ୍ରସ୍ତ ହୋଇପାରନ୍ତି । ନିଜ ସ୍ତ୍ରୀ ମଧ୍ୟ କଟୁ ବାକ୍ୟ ପ୍ରାୟୋଗ କରି ଆପଣଙ୍କ ମନୋବଳକୁ ବଢ଼ାଇ ନେବେ । ପିତାଙ୍କ ସ୍ୱାସ୍ଥ୍ୟନେଇ ଚିନ୍ତିତ ହେବେ । କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟିବ । ଧର୍ବ ଶିଶ୍ୱାସୀ ହେବେ ।
ଧନୁ: ଶନିଙ୍କ ପ୍ରଭାବରୁ ମନରେ ଧୈର୍ଯ୍ୟଭାବ ଜାଗ୍ରତ ହେବ । ଅଭାବ ଅନଟନ ସହିତ ଦେହଭଲ ରହିବ ନାହିଁ । ସମାଜରେ ପ୍ରତିପକ୍ଷ କ୍ଷୁଣ୍ଣ ହେବ । ଅଯଥାରେ କଳହ ସୃଷ୍ଟି ହେବ । ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ସମ୍ମୁଖୀନ ହେବେ ।
ମକର: ଆଜି ବ୍ୟବସାୟରେ ଲାଭବାନ ହୋଇପାରନ୍ତି । କାର୍ଯ୍ୟରେ ଉନ୍ନତି ଘଟିବ । ସନ୍ତାନସନ୍ତତିଙ୍କ ସଫଳତାରେ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ପାରିବାରିକ ଶାନ୍ତି ବଜାୟ ରହିବ ।
କୁମ୍ଭ: ଆଜି ହଠାତ ବନ୍ଧୁଙ୍କ ଦ୍ୱାରା ମନାନ୍ତର ହୋଇପାରେ । ନିଜ ଲୋକମାନେ ଭୁଲ ବୁଝିବେ । ପରିଶ୍ରମ ବୃଥା ଯିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ । ବ୍ୟବସାୟରେ କ୍ଷତି ସହିବେ ।
ମୀନ: ମନ ପ୍ରଫୁଲ୍ଲତା ରହିବ । ବୁଦ୍ଧିଗତ କୌଶଳ ଧନଲାଭ, ମାଙ୍ଗଳିକ କାର୍ଯ୍ୟରେ ସଫଳତା ମିଳିପାରିବ । ଦୂର ଭ୍ରମଣ କରିପାରନ୍ତି । କାର୍ଯ୍ୟରେ ବାଧା ସୃଷ୍ଟି ହେବ । ବନ୍ଧୁ ସହଯୋଗରେ ମତାନ୍ତ୍ରଣ ସୃଷ୍ଟି ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking