37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରୋକ୍ଷରେ ଓଲଟା କଥା କହିବାକୁ ପଛେଇବେ ନାହିଁ । ଆତ୍ମୀୟ ସ୍ୱଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତା କରିବେ ।
ବୃଷ : ମନର ହାବଭାବ ଗୋପନ ରଖି ନମ୍ର ଓ ମନ୍ଥର ଗତି ମାଧ୍ୟମରେ କାମ ହାସଲ କରିବେ। ସଭାସମିତି ଓ ପ୍ରଶାସନିକ ସ୍ତରରେ, ଦୀର୍ଘ ସମୟ ଆଲୋଚନା କରିବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ ।
ମିଥୁନ : ପରିବାର ପିଲାଙ୍କ ସହ ଖୁସି ଗପ କରିବାର ମୌକା ଜୁଟିବ । ନିଜେ ରହୁଥିବା ପରିବେଶରେ ପର ପାଇଁ ଖଟିବାକୁ ପଡ଼ିପାରେ । ସାମୟିକ ଦୈହିକ ଦୁର୍ବଳତା ଯୋଗୁ ମନବଳ କମିଯିବାର ସମ୍ଭାବନା ରହିଛି ।
କର୍କଟ : ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ। ତଥାପି ଆପଣଙ୍କ କାମରେ ଇଚ୍ଛାକୃତ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ପରିବାର ସଦସ୍ୟ ଆପଣଙ୍କୁ ଅଣଦେଖା କରିପାରନ୍ତି ।
ସିଂହ : ଅତୀତ ସ୍ମୃତି ରୋମନ୍ଥନ କରି ପରିବର୍ତନ ପରିସ୍ଥିତିରେ ଗତକାଲିର ଯୋଜନା ଠିକ ଭାବରେ ବଦଳାଇବା ପାଇଁ ଚେଷ୍ଟା କରିବେ । ମାନସିକ ସ୍ତରରେ ଅଶାନ୍ତି ଦେଖାଦେବ । ମହିଳାମାନେ ଧର୍ମପରାୟଣ ହେବେ ।
କନ୍ୟା : ଆବଶ୍ୟକତା ଅନୁଯାୟୀ କୌଣସି ପ୍ରକାର ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିପାରନ୍ତି । ପାରିବାରିକ କଳହ ବୃଦ୍ଧି ପାଇଁ ମନରେ ଅଶାନ୍ତି ଦେଖାଦେବ । ଗଠନ ମୂଳକ କାର୍ଯ୍ୟରେ ମନଦେବେ ।
ତୁଳା : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ମାନସିକ ଅଶାନ୍ତି ଦେଖାଦେବ । ଆଜି ରଖିଥିବା ଲକ୍ଷ୍ୟ ହାସଲ କରିବେ । ଯେକୌଣସି କାର୍ଯ୍ୟରେ ଯୋଗ ଦେଇପାରନ୍ତି ।
ବିଛା : ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ପରିବାରରେ ପୁତ୍ର କନ୍ୟା ହେତୁକ ସମସ୍ୟା ଲାଗି ରହିବ । ପଡ଼ୋଶୀ ସହିତ ପ୍ରତିବାଦ କରି ଆପଣଙ୍କ ପ୍ରଗତିରେ ପଥରୋଧ କରିପାରନ୍ତି ।
ଧନୁ : ପୂର୍ବ ସ୍ଥିରାକୃତ ଚୁକ୍ତି ଅନୁସାରେ ଯୁଦ୍ଧକାଳୀନ ଭିତରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ବନ୍ଧୁ ଗହଣରେ ପ୍ରିୟକଥା କହି ବୀବାଦୀୟ ସମସ୍ୟା ଦୂରେଇବାକୁ ଚେଷ୍ଟା କରିପାରନ୍ତି ।
ମକର : ଯେକୌଣସି ପଦକ୍ଷେପ ନେବା ସକାଶେ ପଛେଇଯିବେ । ଋଣ କରି ଗାଡ଼ି କିଣିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ବହୁତ ବଡ଼ କାମଟିକୁ ହାତକୁ ନେଇପାରନ୍ତି । ବନ୍ଧୁମାନଙ୍କ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ।
କୁମ୍ଭ : ଆଜି ସକାଳୁ ସକାଳୁ ଘର କାମ ଛାଡ଼ି ବାହର କାମରେ ସମୟ କଟାଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ । ପରିବାର ଲୋକ ସହଯୋଗର ହାତ ବଢ଼ାଇବେ ।
ମୀନ : ଆଜି ବ୍ୟବସାୟ, ବାଣିଜ୍ୟ ଓ ଆନୁଷ୍ଠାନିକ କାର୍ଯ୍ୟରେ ସହଯୋଗ କରିବେ । ହଠାତ ବନ୍ଧୁଙ୍କ କାମରେ ସାମାନ୍ୟ ପ୍ରତିବନ୍ଧକ ଦୃଷ୍ଟି ହେବ । ଦୀର୍ଘଦିନରୁ ନର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇପାରନ୍ତି । ମହିଳାମାନେ ଚେଷ୍ଟା କରୁଥିବା କାମରେ ବାଧାବିଘ୍ନ ଘଟିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking