29.1 C
Bhubaneswar
Monday, June 9, 2025
Homeଓଡିଶାଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେଉଁଠି କେତେ?

ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେଉଁଠି କେତେ?

ଭୁୁବନେଶ୍ୱର:ଚାଲି ପାର୍ବଣ । ଗହଣା ଦୋକାନରେ ଭିଡ ଜମିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଚାହିଦାକୁ ଦଅଷ୍ଟିରେ ରଖି ଜୁଏଲାରୀ ଦୋକାନ ଗୁଡିକ ଭଳିକି ଭଳି ଡିଜାଇନର ଗହଣା ମଧ୍ୟ ରଖିଛନ୍ତି । ହତେବେ ଏହାରି ମଧ୍ୟରେ ଗ୍ରାହକଙ୍କୁ ସୁହାଇବା ଭଳି ରେଟ ମଧ୍ୟ ରହିଛି । ବର୍ତ୍ତମାନ କମିଛି ସୁନା-ରୂପା ଦର । ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପେକ୍ଷା ଆଜି ସୁନାର ମୂଲ୍ୟ ଆହୁରି କମିଛି । ତେବେ କିଣିବାକୁ ଯଦି ଇଚ୍ଛା କରିଛନ୍ତି, ତୁରନ୍ତ ଯାଇ କିଣି ଆଣନ୍ତୁ । ଆଜି ଭାରତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୨,୮୭୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୭୨୦ ଟଙ୍କା ହୋଇଛି ।
ସେହିପରି ଓଡ଼ିଶାର ରାଜଧାନୀରେ ମଧ୍ୟ ସୁନାର ମୂଲ୍ୟ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୩,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୮,୨୦୦ ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟ ହ୍ରାସ ପାଇଛି । ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୩୫୦ ଟଙ୍କା ଓ ୫୮,୨୦୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୩,୫୦୦ ଟଙ୍କା ଓ ୫୮,୩୫୦ ଟଙ୍କା ରହିଛି ବୋଲି ସୂଚନା ମିଳିଛି ।
ଅନ୍ୟପଟେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ମୂଲ୍ୟ ଯଥାକ୍ରମେ ୫୩,୩୫୦ ଟଙ୍କା ଓ ୫୮,୨୦୦ ଟଙ୍କା ରହିଛି । ସେହିଭଳି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ଏହାର ଦାମ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୪୭,୯୨୭ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking