27.1 C
Bhubaneswar
Friday, September 20, 2024
Homeଓଡିଶାଆଜି ସରିବ ବାଲିଯାତ୍ରା

ଆଜି ସରିବ ବାଲିଯାତ୍ରା

କଟକ: ମଙ୍ଗଳବାର ସରିଯିବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ୯ ଦିନିଆ ମହାମେଳାର ଆଜି ଶେଷଦିନ । ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ବାଲିଯାତ୍ରାରେ ଏବେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି ।

ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି  । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ । ସୋମବାର ବାଲିଯାତ୍ରା ଅବଧି ସରୁଥିବାବେଳେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ବଢ଼ାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷଦିନ ଥିବାରୁ ବାଲିଯାତ୍ରାରେ ପ୍ରବଳ ଲୋକଙ୍କ ଭିଡ଼ ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking