27.1 C
Bhubaneswar
Tuesday, June 24, 2025
Homeଖେଳଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା

ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା

ମାଉଣ୍ଟ ମୋଙ୍ଗନୁଇ : ଆଜି ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯିବା ପରେ ଉଭୟ ଦଳର ନଜର ଏବେ ସିରିଜ ଉପରେ । ଉଭୟ ଦଳ ପାଇଁ ବିଜୟ ଏକମାତ୍ର ଲକ୍ଷ୍ୟ । ବେ ଓଭାଲ ଗ୍ରାଉଣ୍ଡ୍‌ରେ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଆଗାମୀ ଦିନ ପାଇଁ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସ୍ପଷ୍ଟ କରିଛନ୍ତି । ନ୍ୟୁଜିଲାଣ୍ଡ ଘରୋଇ ପରିବେଶର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ।

ଦଳରେ କୌଣସି ସିନିୟର ଖେଳାଳି ନାହାନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ନିର୍ଭୟରେ ଖେଳିବାକୁ ଗୁରୁତ୍ୱ ଦେଉଛି । ପ୍ରତ୍ୟେକ ସିନିୟର ଖେଳାଳିଙ୍କ ବିକଳ୍ପ ଏହି ଯୁବ ଦଳରେ ରହିଛନ୍ତି । ସମସ୍ତେ ପୂର୍ବରୁ ନିଜ ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ରୋହିତ ଓ ରାହୁଲଙ୍କ ସ୍ଥାନରେ ଇଶାନ କିଷନ ଓ ଶୁଭମନ ଗିଲ୍‌ ଓପନ୍‌ କରିବାକୁ ପ୍ରସ୍ତୁତ । କୋହଲିଙ୍କ ୩ନଂ ସ୍ଥାନ ପାଇଁ ଶ୍ରେୟାସ ଆୟର, ସଞ୍ଜୁ ସାମସନ ଓ ଦୀପକ ହୁଡ଼ାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

ବିସ୍ଫୋରକ ବ୍ୟାଟିଂକୁ ନେଇ ଗତ କିଛି ବର୍ଷ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ରିଷଭ ପନ୍ତ ଏହି ସିରିଜର ସମସ୍ତ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢି ଯାଇଛି । ଆସନ୍ତା କାଲି ୩୦ ରନ୍‌ କଲେ ସେ ୧୧ତମ ଭାରତୀୟ ଭାବେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ୧୦୦୦ ରନ୍‌ ପୂରଣ କରିବେ । ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବା ସ୍ୱାଭାବିକ । ଗତ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ସ୍ମରଣୀୟ ରହିଥିଲା । ସେ ଚଳିତ ବର୍ଷ କେବଳ ଟି-ଟ୍ୱେଣ୍ଟିରେ ସର୍ବାଧିକ ୬୦ଟି ଛକା ମାରି ସାରିଛନ୍ତି । ଅକ୍ଷର ପଟେଲଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ଭାବେ ଖେଳିବେ । ନୂଆ ବଲ୍‌ରେ ବୋଲିଂ କରିବାର କୌଶଳ ସୁନ୍ଦରଙ୍କ ନିକଟରେ ରହିଛି ।

ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିବାରୁ ନ୍ୟୁଜିଲାଣ୍ଡ ପଲା ଭାରି ରହିବା ସ୍ୱାଭାବିକ । ଭାରତ ତୁଳନାରେ ଘରୋଇ ଦଳ ମଧ୍ୟ ଅଧିକ ସନ୍ତୁଳିତ। ଅଧିକାଂଶ ଖେଳାଳି ବିଶ୍ୱକପ୍‌ ଖେଳି ଫେରିଛନ୍ତି । କେନ ୱିଲିୟମସନ ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିଲେ ହେଁ ଦୁଇ ଓପନର ଡେଭନ କନୱେ ଓ ଫିନ ଆଲେନଙ୍କ ଉପରେ ନଜର ରହିବ । ଏହି ଯୋଡି ମ୍ୟାଚ୍‌ ଫଳାଫଳ ବଦଳାଇ ଦେବାର କ୍ଷମତା ରଖିଛନ୍ତି ।

ବେ ଓଭାଲ ଗ୍ରାଉଣ୍ଡ୍‌ ବ୍ୟାଟରଙ୍କୁ ସହାୟତା କରିବା ନିଶ୍ଚିତ । ଏଠାରେ ପ୍ରଥମ ଇନିଂସର ହାରା ହାରି ସ୍କୋର ୧୯୦ ରହିଛି । ତେଣୁ ଆଜି ବିଶାଳ ସ୍କୋର ଦେଖିବାକୁ ମିଳିବ । ଏଠାରେ ଖେଳାଯାଇଥିବା ଶେଷ ୭ଟି ଟି-ଟ୍ୱେଣ୍ଟି ମୁକାବିଲାର ପ୍ରଥମ ଇନିଂସରେ ୧୯୯ରୁ ଉଦ୍ଧ୍ୱର୍ ସ୍କୋର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking