31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

ଆଜି ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ, ସ୍ୱଚ୍ଛତା ପାଇଁ ଆଜି ୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା। ଦିନ ୧୦ଟାରୁ ୧୧ଟା ଯାଏଁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଆସନ୍ତାକାଲି ପାଳନ ହେବ ଗାନ୍ଧି ଜୟନ୍ତୀ । ଏହାର ପୂର୍ବଦିନ ଅର୍ଥାତ୍ ଅକ୍ଟୋବର ୧ ଦିନ ୧୦ଟାରୁ ୧୧ଟା ଘଣ୍ଟାଏ ପାଇଁ ସମସ୍ତେ ସମୟ ବାହାର କରି ନିଜ ଅଞ୍ଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସାଧାରଣ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ହେବ ବୋଲି କହିଥିଲେ ।

ଏହି ଉପଲକ୍ଷେ ଆଜି ପ୍ରତ୍ୟେକ ସହର, ଗ୍ରାମ ପଂଚାୟତ, ବେସାମରିକ ବିମାନ ଚଳାଚଳ, ରେଲୱେ ଆଦିରେ ବି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହେଉଛି। ଏଥିପାଇଁ ଆଜି ସହର ଓ ଗ୍ରାମାଞ୍ଚଳର ୬ ଲକ୍ଷ ୪୦ହଜାରରୁ ଅଧିକ ସ୍ଥାନରେ ଶ୍ରମଦାନ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking