29.4 C
Bhubaneswar
Saturday, May 4, 2024
Homeଓଡିଶାଆଜି ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ

ଆଜି ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ

ଭୁବନେଶ୍ୱର  : ବିଜୁ, ବିଜୟ, ବିଜୟାନନ୍ଦ ଆମ ଆର୍ଦଶ ତଥା ଝଡର ଇଗଲ ନାଁରେ ଯାହାଙ୍କର ବିଜୟ ରହିଛି, ପରାଜୟ ତାଙ୍କୁ ଛୁଇଁଥାନ୍ତା ବା କିପରି ଜୀବନର ଯାତ୍ରାରେ ପ୍ରତି ସୋପାନରେ ପରାଜୟକୁ ଚ୍ୟାଲେଞ୍ଜ ଦେଉଥିବା ମଣିଷର ନାଁ ହେଉଛି ବିଜୟାନନ୍ଦ ପଟ୍ଟନାୟକ ଯାହାଙ୍କୁ ସାରା ଓଡ଼ିଶା ଅତି ସମ୍ମାନରେ ବିଜୁ ବାବୁ ବୋଲି ସମ୍ବୋଧନ କରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ବିଜୁ ବାବୁ ୧୯୧୬, ମାର୍ଚ୍ଚ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେ ଏକାଧାରରେ ଜଣେ ଦକ୍ଷ ରାଜନେତା, ବିମାନ ଚାଳକ ଶିଳ୍ପପତି ଥିଲେ ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ରାଜନୀତି ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତ୍ୟେକ ଲୋକର କଲ୍ୟାଣ ଉନ୍ନତି ପାଇଁ କାର୍ଯ୍ୟ କରିବା ଥିଲା ବିଜୁ ବାବୁଙ୍କ ଜୀବନ ମନ୍ତ୍ର ସେ ମହାନ ଜନନାୟକ ,ବରପୁତ୍ର , ଭୂମି ପୁତ୍ର , ପ୍ରବାଦ ପୁରୁଷ, ଆଧୁନିକ ଓଡିଶାର କର୍ଣ୍ଣଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking