ଭୁବନେଶ୍ୱର: ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ +୨ ନାମଲେଖା ପାଇଁ ବୁଧବାର ଅପରାହ୍ନ ୩ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟେର ମନୋନୀତ ହୋଇଥିବା ଛାତ୍ରୀଛାତ୍ରମାନେ ୮ରୁ ୧୦ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ । ବଳକା ସିଟ୍େର ନାମେଲଖା ପାଇଁ ୧୫ ତାରିଖ ଅପରାହ୍ନ ୨ଟାରେ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯେତିକି ସିଟ୍ ବଳକା ପଡ଼ିଥିବ ତା’ର ୧୦ଗୁଣା ସ୍ପଟ ମେଧା ତାଲିକାରେ ପ୍ରକାଶ ପାଇବ । ୧୭ ରୁ ୨୦ ତାରିଖ ମଧ୍ୟରେ ସ୍ପଟ ନାମେଲଖା ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, ଚଳିତବର୍ଷ ଯୁକ୍ତ୨ନାମଲେଖା ପାଇଁ ୪,୮୦,୭୦୪ ଛାତ୍ରୀଛାତ୍ର ଆବେଦନ କରିଥିଲେ । ପ୍ରଥମପର୍ଯ୍ୟାୟରେ ୪,୦୪,୪୦୦ ଛାତ୍ରୀଛାତ୍ର ନାମଲେଖା ପାଇଁ ମନୋନୀତ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ ରୁ ୩୦ତାରିଖ ମଧ୍ୟରେ ହୋଇଥିଲା । ପୂର୍ବରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ପର୍ଯ୍ୟାୟରେ ୩,୪୪,୩୪୩ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡ଼ିଛି । ଏବେ ରାଜ୍ୟରେ ଯୁକ୍ତ୨ ନାମେଲଖା ପାଇଁ ୧,୬୩,୪୪୭ ସିଟ୍ ବଳକା ପଡ଼ିଛି ।