35.1 C
Bhubaneswar
Monday, June 24, 2024
Homeଓଡିଶାଆଜି ରଜ ସଂକ୍ରାନ୍ତି

ଆଜି ରଜ ସଂକ୍ରାନ୍ତି

ଭୁବନେଶ୍ୱର : ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଗତକାଲି ପହିଲି ରଜ ସରିଥିବା ବେଳେ ଆଜି ହେଉଛି ରଜର ଦ୍ୱିତୀୟ ଦିନ ମାନେ ଆଜି ହେଉଛି ରଜ ସଂକ୍ରନ୍ତି । ଗାଁ ଠାରୁ ସହର ଚାରି ଆଡେ ରଜର ମାହୋଲ ଦେଖାଦେଇଛି । କୁମାରୀ ମାନେ ପାଦରେ ଅଳତା ହାତରେ ମେହେନ୍ଦୀ ଲଗାଇ ନୂଆ ବସ୍ତ୍ର ପିନ୍ଧି ବନାଇଥାନ୍ତି ରଜ । ପହିଲି ରଜ ପରେ ଆସିଛି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି । ଆଜିଠାରୁ ମିଥୁନ ମାସ ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ଅବସରରେ ସକାଳୁ ସକାଳୁ ମନ୍ଦିରରେ ଭିଡ ଜମିଛି । ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ଆରମ୍ଭ କରିଛନ୍ତି ରାଜ୍ୟବାସୀ । ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ସଜେଇ ହୋଇ ଦୋଳିରେ ଝୁଲୁଛନ୍ତି ଯୁବତୀ । ରଜ ଗୀତରେ କମ୍ପୁଛି ଗାଁ ଆମ୍ବତୋଟା । କୃଷିଭିତ୍ତିକ ପର୍ବ ରଜକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ସକାଳୁ ସନ୍ଧ୍ୟା ଯାଏ ସବୁଠି ଚାଲିଛି ରଜ ମଉଜ । ଘରେ ଘରେ ମହକୁଛି ପିଠାର ବାସ୍ନା । ରଜର ଦ୍ବିତୀୟ ଦିନରେ ନୂଆ ଜାମା ପିନ୍ଧି ତରୁଣୀ ମାନେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବା ପରେ ଏକାଠି ହୋଇ ଘରେ ଘରେ ବୁଲି ପିଠା ଖାଇବା ସହ ଦୋଳି ଖେଳି ରଜ ପାଳୁଛନ୍ତି । ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପାଳନ ହେଉଛି ରଜ ପର୍ବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking