28.1 C
Bhubaneswar
Sunday, June 23, 2024
Homeରଜ ସଙ୍କ୍ରାନ୍ତୀ 2024ଆଜି ହେଉଛି ରଜ ସଂକ୍ରାନ୍ତି

ଆଜି ହେଉଛି ରଜ ସଂକ୍ରାନ୍ତି

ଭୁବନେଶ୍ୱର : ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ । ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ ବା ବସୁମତୀ ସ୍ନାନ । ଆଜି ହେଉଛି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବ ରଜ ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ଘରେ ଘରେ ପିଠାପଣା ପ୍ରସ୍ତୁତି ସାଙ୍ଗକୁ ହସଖୁସିର ମାହୋଲ ଜମିଛି। ରଜପର୍ବର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଦୋଳି ଘରେ ଘରେ ବନ୍ଧା ହେବା ସହ ବିଭିନ୍ନ ସ୍ଥାନରେ ଦୋଳିର ଆୟୋଜନ କରାଯାଇଛି। ଦୋଳିଖେଳିବାକୁ ପିଲାଠାରୁ କିଶୋରୀଙ୍କ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ଗାଁରେ ଦୋଳି ଏବଂ ପୁଚି ଖେଳି ଝିଅମାନେ ରଜ ପାଳନ କରୁଥିବା ବେଳେ ପୁରୁଷମାନେ ତାସ, ଲୁଡୁ ଆଦି ଖେଳି ରଜପର୍ବର ମଜା ନେଉଛନ୍ତି। ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଏହି ମହୋତ୍ସବରେ ଝିଅ, ବୋହୂମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୋଡ଼ପିଠା, ପାନ ଭଙ୍ଗା, ଝୋଟି ପକା ଆଦି ପ୍ରତିଯୋଗିତା କରାଯାଇ ଝିଅ, ବୋହୂମାନଙ୍କୁ ଉତ୍ସାହିତ କରାଯାଉଛି। ଝିଅ, ବୋହୂମାନେ ନୂଆ ପୋଷାକ ପିନ୍ଧି, ସଜେଇ ହୋଇ ରଜକୁ ମନଭରି ଉପଭୋଗ କରୁଛନ୍ତି। କେବଳ ପୋଡ଼ ପିଠା ନୁହେଁ, ଆରିଷା, କାକରା, ମଣ୍ଡା ଏବଂ ଚକୁଳି ପିଠାର ମହକରେ ପୂରପଲ୍ଲି ମହକୁଛି। ପାଗ ଭଲ ଥିବାରୁ ରଜ ମଉଜର ଆସର ଜମୁଛି। ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିରେ ମାହୋଲ ଆହୁରି ଜମି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking