22.1 C
Bhubaneswar
Friday, February 13, 2026
Homeଓଡିଶାଆଜି ଓଡ଼ିଆ ସାମ୍ବାଦିକତା ଦିବସ

ଆଜି ଓଡ଼ିଆ ସାମ୍ବାଦିକତା ଦିବସ

ଭୁବନେଶ୍ଵର : ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଆଜିର ଦିନରେ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା ପ୍ରଥମ ଓଡ଼ିଆ ସମ୍ବାଦପତ୍ର” ଉତ୍କଳ ଦୀପିକା” । ୧୮୬୬ ମସିହା ଅଗଷ୍ଟ ୪ । ସେଦିନ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ। ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜ ଭାବେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ । ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ଖବର କାଗଜ ପ୍ରକାଶ ପାଉଥିଲା। ଉତ୍କଳ ଦୀପିକା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନ କରି ସାମାଜିକ ସଂସ୍କାର ପାଇଁ ଏହି ଖବର କାଗଜ ଉଦ୍ୟମ କରିଥିଲା । ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବର କାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା । ନଅଙ୍କ ଦୁର୍ଭିକ୍ଷର ପଞ୍ଝାରେ ପଡ଼ି ଗୋଟିଏ ପଟେ ଭୋକରେ ଆଉଟୁପାଉଟୁ ହେଉଥିବା କଙ୍କାଳ ଶରୀର ଏବଂ ସେପଟେ ଇଂରେଜ ଶାସନରେ ରହି ପରାଧୀନ ଓ ମୃତ ପ୍ରାୟ ଏ ଜାତିର ପିଣ୍ଡରେ ପ୍ରାଣ ଭରିଥିଲା ‘ଉତ୍କଳ ଦୀପିକା’, ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ବର ହୋଇ ପ୍ରତିଟି ଓଡ଼ିଆଙ୍କ ମଧ୍ୟରେ ଦେଶମାତୃକାର ବହ୍ନି ଜାଳିଥିଲା ଏହି ଖବରକାଗଜ, ସେହି ଦିନଟିକୁ ମନେ ପକେଇବାକୁ ପ୍ରତିବର୍ଷ ଅଗଷ୍ଟ ୪ ତାରିଖରେ ପାଳନ କରାଯାଏ ଓଡ଼ିଆ ସାମ୍ବାଦିକତା ଦିବସ ।
ଗୌରୀ ଶଙ୍କର ରାୟଙ୍କ ବିୟୋଗ ପରେ ନୀଳମଣି ବିଦ୍ୟାରତ୍ନ ଉତ୍କଳ ଦୀପିକାର ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ । ମାତ୍ର, ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେହି ବର୍ଷ ହିଁ ଉତ୍କଳ ଦୀପିକା ବନ୍ଦ ହୋଇ ପରେ ଦୈନିକ ସମ୍ୱାଦପତ୍ର ଭାବେ ପ୍ରକାଶିତ ହୋଇଥିଲା । ଏହା ପରେ ଆଶା ଓ ନିଅ ଓଡ଼ିଶା ନାମକ ଖବରକାଗଜ ପ୍ରକାଶ ପାଇଥିଲା । ଅବଶ୍ୟ ଏହା ପୂର୍ବରୁ ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସାପ୍ତାହିକ ଭାବେ ସମାଜକୁ ପ୍ରକାଶ କରିଥିଲେ । ୧୯୩୦ରୁ ଏହା ଦୈନିକ ଭାବେ ପ୍ରକାଶ ପାଇଥିଲା । ଏହାପରେ ପ୍ରଜାତନ୍ତ୍ର, କଳିଙ୍ଗ (ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ), ଇଣ୍ଟର୍ଣ୍ଣ ଟାଇମ୍ସ ନାମକ ଖବରକାଗଜ ପ୍ରକାଶ ପାଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking