34.5 C
Bhubaneswar
Wednesday, April 15, 2026
Homeଓଡିଶାଆଜି ଅଁଳା ନବମୀ: ଚଳଚଞ୍ଚଳ ସାକ୍ଷୀଗୋପାଳ

ଆଜି ଅଁଳା ନବମୀ: ଚଳଚଞ୍ଚଳ ସାକ୍ଷୀଗୋପାଳ

ପୁରୀ: ଆଜି ଅଁଳା ନବମୀ । ଚଳଚଞ୍ଚଳ ସାକ୍ଷୀଗୋପାଳ। ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ରାତି ୩ଟାରୁ ଭକ୍ତଙ୍କ ଭିଡ଼। ଲାଗିଛି । ଆଜି ମା’ ରାଧାରାଣୀ ଓଡ଼ିଆଣୀ ବେଶରେ ବାଙ୍କ ଚାହାଣିରେ ଦର୍ଶନ ଦେଉଛନ୍ତି। ସେହିପରି ପ୍ରଭୁ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ । ମନ୍ଦିର ଭିତରେ ମା’ ରାଧାରାଣୀ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ଦର୍ଶନ କରିବା ସହ ରାଧା ମାଆ ଙ୍କର ପାଦ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହ ମହିଳା ମାନେ ସୌଭାଗ୍ୟବତୀ ହେବାର ସୁଯୋଗ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମ୍ନାରେ ଭକ୍ତ ମାନଙ୍କର ଭିଡ଼ ଲାଗିଛି ।  ରାତି ଗୋଟାଏରେ ଦ୍ଵାର ପୂଜା ପରେ ମଙ୍ଗଳା ଅ।ଳତୀ, ଅବକାଶ, ନଟବର ଵେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ ଚାଲିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking