29.1 C
Bhubaneswar
Wednesday, May 1, 2024
Homeଓଲିଉଡଦଶହରାରେ ରିଲିଜ ହେବ ମାଲ୍ୟଗିରି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଓ ଅଭିନେତ୍ରୀ

ଦଶହରାରେ ରିଲିଜ ହେବ ମାଲ୍ୟଗିରି, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଓ ଅଭିନେତ୍ରୀ

ପୁରୀ : ଦଶହରାରେ ଦର୍ଶକଙ୍କୁ ନୂଆ ଭେଟି । ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କ ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଦର୍ଶକ ମାନଙ୍କ ମଧ୍ୟରେ ଧମାକା କରିବାକୁ ଯାଉଛି । ଏହି ଫିଲ୍ମରେ ବାବୁସାନଙ୍କ ସହ ପ୍ରଥମ ଥର ପାଇଁ ଅମ୍ଳାନ୍ ଦାସ ସ୍କ୍ରିନ୍ ସେୟାର କରୁଥିବା ଦର୍ଶକ ମାନଙ୍କୁ ଦେଖିବାକୁ ମିଳିବ । ତେବେ ଆସନ୍ତାକାଲି ପ୍ରେକ୍ଷାଳୟରେ ଦୁଇଟି ଭାଷାରେ(ହିନ୍ଦୀ ଓ ଓଡିଆ) ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ମାଲ୍ୟଗିରି । ଚଳଚ୍ଚିତ୍ର ମାଲ୍ୟଗିରିର ରିଲିଜ ପୂର୍ବରୁ ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି । ଏଥିସହ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଫିଲ୍ମର ସଫଳତା କାମନା କରିଛନ୍ତି ଅଭିନେତା ଓ ଅଭିନେତ୍ରୀମାନେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking