ଭୁବନେଶ୍ୱର: ବିଏମସିର ୨୦୨୨ ଶେଷ କର୍ପୋରେଶନ ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ବେଠକ ଅନୁଷ୍ଠିତ ହୋଇଥିଲା । ବିଏମସିର ସମସ୍ତ କର୍ପେରେଟଙ୍କ ସମେତ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅନ୍ୟ ଅଧିକାରୀଙ୍କ ସମେତ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପ୍ରଥମ ଥର ପାଇଁ ଏଥିରେ ଏମ୍ପି ଅପରାଜିତା ଷଡଙ୍ଗୀ ଏବଂ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇଥିଲେ । ବିଶ୍ୱକପ ଆୟୋଜନ ପାଇଁ ସହରର ସୈନ୍ଦର୍ଯ୍ୟକରଣ ସହ ସିଟି ଆକ୍ଟିଭେସନ ପାଇଁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରାଯାଇଥିଲା । ବହୁପ୍ରତୀକ୍ଷିତ ପ୍ଲାଷ୍ଟିକ ବର୍ଯ୍ୟ ପରିଚାଳନା ବାଇ-ଲ ୨୦୨୨ ସମସ୍ତ କର୍ପେରେଟମାନଙ୍କ ଅନୁମୋଦନ ପରେ ପାରିତ ହୋଇଥିଲା । ଏହାକୁ ଅନୁମୋଦନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି । ଅନ୍ୟପଟେ ୨୦୦ ଶହ ଶର୍ଯ୍ୟ ବିଶିିଷ୍ଟ ଆଶ୍ରୟ ସ୍ଥଳ ଭିକ୍ଷୁକ ମାନଙ୍କ ପାଇଁ ନିର୍ମାଣ କରାଯିବ । ଖୁବ ଶିଘ୍ର ପଳାଉଣୀରେ ମେଘା ଅସ୍ଥାୟୀ ଡମ୍ପିଂୟାର୍ଡ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ହେଲଡିଂ ଟ୍ୟାକ୍ସ ପଇଠରେ ଥିଲାପକୁ ପ୍ରଶୟ ଦିଅଯିବ ନାହିଁ । ଅବଧି ସରିଥିବାରୁ ଖିଲାପକାରୀଙ୍କ ଠାରୁ ଜରିମନା ସହ ବକେୟା ଟ୍ୟାକ୍ସ ଆଦାୟ କରାଯିବ । ଆଗାମୀ ଦିନରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ କଡାକଡି କରାଯିବ । । ସ୍ୱତପ୍ରଭୃତ ଭାବେ ଲୋକେ ହୋଲଡିଂ ଟ୍ରାକ୍ସ ପଇଠ କରିବାକୁ ପରାମର୍ଶ ଦିଆଯାଇଛି । ଉଚ୍ଚେଦପରେ ଜବରଦଖଲମୁକ୍ତ ଅଞ୍ଚଳର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ନିଷ୍ପତି ନିଆଯାଇଛି । ଏଥିସହ ବିଭିନ୍ନ ୱାର୍ଡରେ ଥିବା ଡ୍ରେନ , ୱେରେଜ ରାସ୍ତାଘାଟ ସହ ଅନ୍ୟାନ ସମସ୍ୟା ଗୁଡିକ ସମ୍ପର୍କରେ କର୍ପେରେଟରମାନେ ଅବଗତ କରିବା ସହ ଏହାର ସମସଧାନ ନେଇ ଆଲୋଚନା କରାଯାଇଥିଲା । ତେବେ ନୂତନ କର୍ପୋରେସନ ଗଠନ ହେବାର ୮ମାସ ପରେ ଅପରାଜିତା ବୈଠକରେ ଯୋଗଦେଇ ବିଏମସି କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନରେ ଲଦି ଦେଇଥିଲେ । ମାତ୍ର ନିଜ ଆଡକୁ ଆସିବା ପ୍ରଶ୍ନର ଉତ୍ତର ରଖିଲେ ନାହିଁ । ଅପରପକ୍ଷେ ବିଏମ୍ସିକୁ ନିଜଆଡୁ ୧୧ଟି ପ୍ରସ୍ତାବ ଦେଇଥିଲେ । ଏହା ମଧ୍ୟରେ ମାନବିକତା ସହ ବିଏମ୍ସି କାର୍ଯ୍ୟ କରିବା, ବିନା ଥଇଥାନରେ ଉଠାଦୋକାନୀ କିମ୍ବା ବସ୍ତି ଉଛେଦ ନ କରିବା, ବିଏମ୍ସି ଅଞ୍ଚଳରେ ଥିବା ପୋଖରୀଗୁଡ଼ିକର ପୁନଃରୁଦ୍ଧାର, ଡ୍ରେନେଜ ସମସ୍ୟା, ପ୍ରତି ୱାର୍ଡରେ ପାର୍କ, ବିଏମ୍ସି ମେଡିକାଲ ଏବଂ ପ୍ରତି ୱାର୍ଡରେ ଥିବା ମେଡିକାଲକୁ ମେୟର ଓ କମିଶନର ଅଚାନକ ଗସ୍ତ କରି ପରିଦର୍ଶନ କରିବା, ରାଜଧାନୀରେ ଏୟାର କଣ୍ଡିସନ ହାଟ ପ୍ରତିଷ୍ଠା କରିବା ସହ ୟୁନିଟ ୧ ହାଟର ଉନ୍ନତିକରଣ, ବିଏମସି ପକ୍ଷରୁ ସ୍ୱତନ୍ତ୍ର ସିଟିଜେନ ଚାପ୍ଟର ପ୍ରସ୍ତୁତ କରିବା, ସମସ୍ତ ଡ୍ରେନକୁ ଗଙ୍ଗୁଆ ସହ ସଂଯୋଗୀ କରଣ କରିବା ପାଇଁ ସାଂସଦ ପ୍ରସ୍ତାବ ଦେଇଥିଲେ । ୨ଦିନ ମଧ୍ୟରେ ଏହି ପ୍ରସ୍ତାବକୁ ଲିଖିତ ଆକାରରେ ପଠାଇବେ ଏବଂ ବିଏମ୍ସି କର୍ତ୍ତୃପକ୍ଷ ଏହାର ଉତ୍ତର ଲିଖିତ ଆକାରରେ ଦେବାକୁ ସେ ଅନୁରୋଧ କରିଥିଲେ । ସେହିପରି ହକି ବିଶ୍ୱକପ ସମୟରେ ବିଏମସିର କାର୍ଯ୍ୟ ବିଧାୟକ ସୁର ରାଉତରାୟ ପ୍ରଶଂସା କରିଛନ୍ତି । ଏଥିସହ ଉଚ୍ଚେଦ ପରେ ଦୋକନୀଙ୍କୁ ଥଇଥାନ କରିବାକୁ ଆବଶ୍ରକୀୟ ପଦକ୍ଷେପ ନେବାକୁ କହିଛନ୍ତି । ଏଥିସହ ମୁଖ୍ୟ ରାସ୍ତାର ଉଭୟ ପାଶ୍ୱ ଛାଡିଦେଲେ ଗଳି କନ୍ଦିରେ ଥିବା ଉଠା ଦେକାନୀଙ୍କ ଜୀବନ ଜୀବିକାକୁ ନଜରରେ ରଖି ଉଚ୍ଛେଦ ନକରିବାକୁ ପରାମର୍ଶ ଦେଇଛନ୍ତି । କର୍ପୋରେଶନ ବୈଠକ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ପ୍ଲାଷ୍ଟିକ୍ ୱେଷ୍ଟ ମ୍ୟାନେଜମେଣ୍ଟ ବାଇ-ଲ ୨୦୨୨କର୍ପୋରେସନ୍ରେ ପାସ୍ କରାଯାଇଛି । ଯେଉଁମାନେ ଏହି ଆଇନ୍କୁ ମାନିବେ ନାହିଁ ସେମାନଙ୍କ ଉପରେ ପଦକ୍ଷେପ ନିଆଯିବ । ପ୍ଲାଷ୍ଟିକ୍ର ରିସାଇକଲ୍ ପାଇଁ ବ୍ୟବସ୍ଥା କରାଯିବ । ଏଥିସହ ୱାର୍ଡ ନଂ ୫ ପଳାଶୁଣୀ ଠାରେ ମେଗା ଯୁମ୍ବୋ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ବା ଏମ୍ସିସି କାର୍ଯ୍ୟକ୍ଷମ ପାଇଁ ୧୦୦ଟିପିଡି କ୍ଷମତା ବିଶିଷ୍ଟ ପ୍ରକଳ୍ପର ଯୋଜନା କରାଯାଉଛି । ମୁକ୍ତା ଯୋଜନାରେ ପାର୍କ ସହରର ଉନ୍ନତିକରଣ କାର୍ଯ୍ୟକୁ ତସେହିପରି ୨୦୦ ଶଯ୍ୟା ବିଶିଷ୍ଟ ଆଉ ଏକ ଭିକାରୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ଅପରାଜିତା ଦେଇଥିବା ୧୧ଟି ପ୍ରସ୍ତାବ ସମ୍ପର୍କରେ ବିଏମ୍ସି ପୂର୍ବରୁ କାମ କରୁଛି ବୋଲି ମେୟର କହିଥିଲେ ।