28.1 C
Bhubaneswar
Friday, July 18, 2025
Homeଦେଶ ବିଦେଶଆମେରିକାରେ ଟାଇଟଲ୍‌-୪୨ ସମୟସୀମା ଶେଷ; ମେକ୍ସିକୋ ସୀମାରେ ୬୦ ହଜାର ପ୍ରବାସୀଙ୍କ ଭିଡ଼

ଆମେରିକାରେ ଟାଇଟଲ୍‌-୪୨ ସମୟସୀମା ଶେଷ; ମେକ୍ସିକୋ ସୀମାରେ ୬୦ ହଜାର ପ୍ରବାସୀଙ୍କ ଭିଡ଼

ୱାଶିଂଟନ୍ : କରୋନା ମହାମାରୀ ସମୟରେ ପ୍ରବାସୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ପାଇଁ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ଟାଇଟଲ୍‌-୪୨ର ସମୟସୀମା ଆଜି ଶେଷ ହୋଇଛି । ଏହି ଟାଇଟଲ୍ ବଳରେ ଆମେରିକା ସରକାର ବହୁ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇଥିଲା । ଆଜି ଏହାର ସମୟ ସୀମା ଶେଷ ହେବା ପରେ ଆମେରିକାରେ ପ୍ରବେଶ ପାଇଁ ମେକ୍ସିକୋ ସୀମାରେ ଙ୍ଗଧଳଦ ୬୦ ହଜାର ପ୍ରବାସୀ ଭିଡ଼ ଜମାଇଛନ୍ତି ।

ତେବେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଟାଇଟଲ୍‌-୪୨ ଶେଷ ହେବା ସତ୍ତ୍ୱେ ସୀମା ବନ୍ଦ ରଖାଯାଇଛି । ଇମିଗ୍ରେସନ୍ ସେଣ୍ଟର୍‌ରେ ପ୍ରବାସୀଙ୍କ ଭିଡ଼ ଜମିବାରେ ଲାଗିଛି । କେତେକ ପ୍ରବାସୀ ରିୟୋ ଗ୍ରାନ୍ଦେ ନଦୀ ପାର୍ କରିବା ଉଦ୍ୟମରେ ଲାଗିଛନ୍ତି । କେତେକ ପ୍ରବାସୀ ପିଲାମାନଙ୍କୁ ମୁଣ୍ଡରେ ଲଦି ଏବଂ ଜିନିଷପତ୍ର ଧରି ଆଗକୁ ବଢ଼ିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ କେତେକ ସୀମାରେ ଲାଗିଥିବା କଣ୍ଟା ତାରବାଡ଼କୁ ପାର୍ କରି ଆମେରିକାରେ ପ୍ରବେଶ ଉଦ୍ୟମ କରୁଛନ୍ତି ।

ଟାଇଟଲ୍‌-୪୨ ଶେଷହେବା ପରେ ପ୍ରତ୍ୟହ ୧୩ ହଜାର ଲୋକ ସୀମା ପାର୍ କରି ଦେଶରେ ପ୍ରବେଶ କରିବା ଭଳ ସରକାରଙ୍କୁ ଘାରିଛି । ଏହି ସଂଖ୍ୟା ପୂର୍ବାପେକ୍ଷା ୪୭ ହଜାର ଅଧିକ ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଟାଇଟଲ୍ ୪୨ ଶେଷ ହେବା ପୂର୍ବରୁ ବାଇଡେନ୍ ସୀମରେ ୧୫୦୦ ସୈନିକ ମୁତୟନ କରିଛନ୍ତି ।

ଏହି ଦିନ ପାଇଁ ବହୁ ଦିନରୁ ପ୍ରସ୍ତୁତିରେ ଲାଗିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏକ ରିପୋର୍ଟ ଅନୁସାରେ ମେକ୍ସିକୋ ସୀମା ଦେଇ ଆମେରିକାରେ ପ୍ରବେଶ କରୁଥିବା ପ୍ରବାସୀଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking