36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଟିନା ଡାବିଙ୍କ ପୂର୍ବ ସ୍ୱାମୀ ଅତହର

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଟିନା ଡାବିଙ୍କ ପୂର୍ବ ସ୍ୱାମୀ ଅତହର

ନୂଆଦିଲ୍ଲୀ : ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ତଥା ଶ୍ରୀନଗର ମ୍ୟୁନିସିପାଲଟି କର୍ପୋରେସନ୍‌ର କମିଶନର ଆଇଏଏସ୍‌ ଅତହର ଆମିର ଖାନ୍‌ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜମ୍ମୁ-କାଶ୍ମୀରର ଡାକ୍ତର ମହରିନ କାଜୀଙ୍କୁ ବିବାହ କରିଛନ୍ତି। ଅତହର ଆମିର ଓ ମହରୀନଙ୍କ ବିବାହ ବେଳର ଭିଡିଓ ସାମ୍ନାକୁ ଆସିଛି। ଅତହର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏହି କପଲଙ୍କୁ ଶୁଭେଚ୍ଛା ଜଣାଉଛି।

ବାହାଘର ଭିଡିଓରେ ଅତହର ଆମିର ଓ ମହରୀନ କାଜୀଙ୍କ ଲୁକ୍‌ ବେଶ୍‌ ସୁନ୍ଦର ଲାଗୁଛି। ବାହାଘରରେ ଆମିର ଓ ମହରୀନ୍‌ ଖୁବ୍‌ ଆକର୍ଷଣୀୟ ଡ୍ରେସ୍‌ ପିନ୍ଧିଛନ୍ତି। ଅତହର କ୍ରିମ୍‌ କଲରର ଶେରଓ୍ଵାନୀ ପିନ୍ଧିଥିବା ବେଳେ ମହରୀନ୍‌ ବି ମ୍ୟାଚିଂ ଲେହେଙ୍ଗା ପିନ୍ଧିଛନ୍ତି। ଅତହର ଆମିର ଖାନ୍‌ ଏହା ପୂର୍ବରୁ ଆଇଏଏସ୍‌ ଅଫିସର ଟିନା ଡାବିଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ବିବାହ ଅଧିକ ଦିନ ତିଷ୍ଠି ନଥିଲା। ପରେ ଉଭୟେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ ଯେ ୨୦୧୫ ୟୁପିଏସ୍‌ସି ପରୀକ୍ଷାରେ ଟିନା ଡାବି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅତହର ଅଲ ଇଣ୍ଡିଆରେ ୨ ନମ୍ବର ର‍୍ୟାଙ୍କରେ ଥିଲେ। ଛାଡ଼ପତ୍ର ପରେ ଟିନା ଡାବି ମଧ୍ୟ ଦ୍ୱିତୀୟ ବିବାହ କରିଛନ୍ତି। ସେ ରାଜସ୍ଥାନର ସିନିୟର ଆଇଏଏସ୍‌ ପ୍ରଦୀପ ଗଓ୍ଵାଣ୍ଡେଙ୍କୁ ଜୀବନସାଥୀ ଭାବେ ଚୟନ କରିଛନ୍ତି। ଡାକ୍ତର ମହରୀନ କାଜୀ ଜମ୍ମୁ-କାଶ୍ମୀରର ବାସିନ୍ଦା। ପେସାରେ ସେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଭାବେ ବେଶ୍‌ ଜଣାଶୁଣା। ମହରୀନ ବର୍ତ୍ତମାନ ଦିଲ୍ଲୀର ରାଜୀବ ଗାନ୍ଧି କ୍ୟାନ୍‌ସର ସଂସ୍ଥାନ ଓ ଅନୁସନ୍ଧାନରେ ସାଇଣ୍ଟିଫିକ୍‌ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking