ନୂଆଦିଲ୍ଲୀ: ଖୁସି ମନାଇବାକୁ ଯାଇଥିଲା ବେଳେ ସେଲ୍ଫି ନିଶା ନେଇଗଲା ଜୀବନ। ସାମାନ୍ୟ ଅସାବଧାନତା ଯୋଗୁଁ ମୋବାଇଲରେ ସେଲ୍ଫି ନେବା ହେଲା କାଳ। ସେଲ୍ଫି ନେଉଥିବା ବେଳେ ପାଦ ଖସିଯିବାରୁ ପଡି ଯାଇଥିଲେ ତଳେ। ଆଉ ପଥରରେ ମୁଣ୍ଡ ପିଟିଯାଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ଏଭଳି ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ସମାନ ଘଟଣା ନଜରକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ। ଏଠାକୁ ବୁଲିବାକୁ ଆସିଥିବା ଜନୈକ ଯୁବକ ସେଲଫି ନେଉଥିବାବେଳେ କୌଣସି କାରଣରୁ ଗୋଡ ଖସିଯିବାରୁ ଜଳପ୍ରପାତରେ ପଡି ମୃତ୍ୟୁବରଣ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଘନଶ୍ୟାମ ବାଗ (୨୨) ତାଙ୍କ ସାଙ୍ଗସାଥିଙ୍କ ସହ ସୀତାକୁଣ୍ଡ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେଠାରେ ବେଶ ଖୁସିରେ ମୋବାଇଲରେ ସେଲ୍ଫି ନେଉଥିବାବେଳେ କୌଣସି କାରଣରୁ ଗୋଡ ଖସି ତଳେ ପଡିଯିବାରୁ ମୁଣ୍ଡରେ ପଥର ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବାରିପଦା ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ।