ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଜୁନ ମାସରେ ଟିକଟକ ସମେତ ୫୮ ଚାଇନିଜ ଆପକୁ ଅସ୍ଥାୟୀ ଭାବରେ ବ୍ୟାନ କରାଯାଇଥିଲା । ଭାରତୀୟ ଅଖଣ୍ଡତା ଓ ସୁରକ୍ଷା ପାଇଁ ସରକାର ଏହି ଆପ ଗୁଡିକୁ ବ୍ୟାନ କରିଥିଲେ । କେନ୍ଦ୍ର ସରକାର ଏହି ୫୯ଟି ଚାଇନିଜ ଆପ୍ସକୁ ମାମଲାରେ ଜବାବ ଦେବାକୁ କହିଥିଲେ । ଏହାରି ଭିତରେ ଆଶା ଥିଲା ଯେ, ଯଦି ସରକାର ଚାଇନିଜ ଆପ୍ସର ଜବାବରେ ସନ୍ତୁଷ୍ଟ ହୁଅନ୍ତି, ତେବେ ଆପ୍ସ ପ୍ରତିବନ୍ଧକକୁ ହଟାଇ ଦିଆଯିବ । ମାତ୍ର ସରକାରଙ୍କୁ ଚିନ ଆପ୍ସ ତରଫରୁ ଦିଆଯାଇଥିବା ଜବାବ ସନ୍ତୋଷଜନକ ନୁହେଁ । ଯେଉଁଥିପାଇଁ ଚୀନ ଆପ୍ସ ଫେରିବାର ଯେଉଁ ଆଶା ଥିଲା ତାହା ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ, ମିନିଷ୍ଟ୍ରି ଅଫ ଇଲେକ୍ଟ୍ରୋନିକ୍ସ ଏକ ନୋଟିଫିକେସନ ଜାରି କରି ଟିକଟକ, ୱିଚାଟ ସମେତ ୫୮ ଚୀନ ଆପ୍ସ ଉପରେ ସବୁଦିନ ପାଇଁ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ।