34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶକୂଅ ଭିତରେ ପଡିଲେ ବାଘ , ଘୁଷୁରୀ : ଭିଡିଓ ଭାଇରାଲ

କୂଅ ଭିତରେ ପଡିଲେ ବାଘ , ଘୁଷୁରୀ : ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର  ସିଓନିରେ  ଗୋଟିଏ ବାଘ  ଘୁଷୁରୀକୁ ଶିକାର କରିବା ପାଇଁ ପିଛା କରୁଥିଲା ।  ପିଛା କରି ଉଭୟେ କୂଅଁରେ ପଡିଯାଇଥିଲେ । ଏଭଳି ଘଟଣା କୁରାଇ ଅଞ୍ଚଳର ପିପାରିୟା ହରଦୁଲି  ଗାଁରେ ଘଟିଛି । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ବାଘଟି ଘୁଷୁରୀକୁ ଖାଇବା ପାଇଁ ଯାଇ କୂଅରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେବା ମାତ୍ରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କରିବା ଆରମ୍ଭ କରିଥିଲେ । ଏହି ଉଦ୍ଧାର କାଯ୍ୟରେ   ଜିଲ୍ଲା ପ୍ରଶାସନ ଏବଂ  ପୋଲିସ ସାମିଲ ଥିଲେ । ସେମାନଙ୍କୁ କୂଅରୁ ବାହାର କରିବା ପାଇଁ ଏକ କ୍ରେନ ବ୍ୟବହାର କରାଯାଇଥିଲା । ଏବଂ କାଠରେ ତିଆରି ଖଟୁଳୀକୁ କୂଅଁ ଭିତରକୁ ଛାଡିଥିଲେ । ଉଭୟେ ସେହି ଖଟୁଳୀ ଉପରେ ବସିଥିଲେ । ସେହି ସମୟରେ ବାଘଟି ପୁରାପୁରି ଭୁଲିଯାଇଛି ଯେ ଘୁଷୁରୀକୁ ଶିକାର କରିବ ବୋଲି । ଦୀର୍ଘ ୪ ଘଣ୍ଟାର ସମୟ ପରେ   ଉଭୟେ ଉଦ୍ଧାର ହୋଇଥିଲେ । ତାପରେ ବାଘଟିକୁ  ବାଘ ଅଭୟାରଣ୍ୟରେ ଛଡାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking