30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ

ରିଲିଜ୍‌ ହେଲା ‘ଟାଇଗର ୩’ ର ପ୍ରଥମ ଗୀତ

ନୂଆଦିଲ୍ଲୀ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଜବରଦସ୍ତ କେମେଷ୍ଟ୍ରି ସହ ରିଲିଜ ହୋଇଛି ‘ଟାଇଗର ୩’ ର ପ୍ରଥମ ଗୀତ । ଫିଲ୍ମର ଟ୍ରେଲର୍‌ ରିଲିଜ ହେବା ପରଠାରୁ ‘ଟାଇଗର ୩’ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହକୁ ବଢାଇ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ’ ରିଲିଜ ହୋଇଛି । ଗୀତଟି ରିଲିଜ ହେବା ପର ଠାରୁ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି । ଟାଇଗର ଜୋୟାଙ୍କ ଜବରଦସ୍ତ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରୁଛନ୍ତି । ଦମଦାର ମ୍ୟୁଜିକ ଏବଂ ଜୋରଦାର ଡାନ୍ସ ସହ ନଜର ଆସିଛି ଏହି ଗୀତ । ଏହି ଗୀତକୁ ଅରିଜିତ୍‌ ସିଂ ଏବଂ ନିକିତା ଗାନ୍ଧୀ ଗାଇଥିବା ବେଳେ ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ୟ୍ୟ । ପ୍ରୀତମ ମ୍ୟୁଜିକ ପ୍ରଯୋଜନା ଦେଇଛନ୍ତି ।
ଆଦିତ୍ୟ ଚୋପ୍ରା ୟଶରାଜ ବ୍ୟାନର୍‌ ରେ ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ । ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି ଭିଲିଆନ ରୂପରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ମନୀଷ ଶର୍ମା କରିଛନ୍ତି । ଏହି ଫିଲ୍ମର ବଜେଟ୍‌ ୫୮୦ କୋଟି ରଖାଯାଇଛି । ଚଳିତ ବର୍ଷ ଦୀପାବଳୀରେ ବକ୍ସ ଅଫିସ୍‌କୁ ଆସିବ ‘ଟାଇଗର ୩’ । ପୁଣି ଥରେ ଜମିବ ଟାଇଗର ଓ ଜୋୟାଙ୍କ ଯୋଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking