29.1 C
Bhubaneswar
Saturday, September 21, 2024
Homeବଲିଉଡ'ଜୱାନ' ଏବଂ 'ଗଦର-୨'ର ରେକର୍ଡ ଭାଙ୍ଗିଲା 'ଟାଇଗର-୩'

‘ଜୱାନ’ ଏବଂ ‘ଗଦର-୨’ର ରେକର୍ଡ ଭାଙ୍ଗିଲା ‘ଟାଇଗର-୩’

ମୁମ୍ବାଇ : ଦୀପାବଳୀରେ ରିଲିଜ ହୋଇଥିବା ଫିଲ୍ମ ‘ଟାଇଗର-୩’ ବକ୍ସ ଅଫିସ୍ ରେ ଧମାଲ କରିବାରେ ଲାଗିଛି । ଅଭିନେତା ସଲମାନ ଖାନଙ୍କ ଆକ୍ସନ ସହ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଗ୍ଲାମର ଏବଂ ଇମ୍ରାନ୍ ହାଶମୀଙ୍କ ଆକ୍ଟିଙ୍ଗ ଏହି ଫିଲ୍ମରେ ଚାର ଚାନ୍ଦ ଲଗେଇ ଦେଇଛି । ଫିଲ୍ମଟି ବକ୍ସ ଅଫିସ୍ ରେ ମଧ୍ୟ ଜବରଦସ୍ତ ଆୟ କରିବାରେ ସଫଳ ହୋଇଛି । ରିଲିଜ୍ ହେବାର ପ୍ରଥମ ଦୁଇ ଦିନ ମଧ୍ୟରେ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଥିଲା । ଏହାସହ ‘ଟାଇଗର ୩’ ୩ୟ ଦିନରେ ମଧ୍ୟ ବମ୍ପର କଲେକ୍ସନ କରିଛି । ଏହା ‘ଜବାନ’ ଏବଂ ‘ଗଦର ୨’ ର ଦ୍ୱିତୀୟ ଦିନର ରୋଜଗାରକୁ ପଛରେ ପକାଇ ଦେଇଛି । ପ୍ରଥମ ଦିନରେ ଫିଲ୍ମଟି ୪୪.୫ କୋଟି ଟଙ୍କା ଆୟ କରିଥିଲା। ଦ୍ଵିତୀୟ ଦିନରେ ଫିଲ୍ମଟି ବକ୍ସ ଅଫିସ କଲେକ୍ସନରେ ୩୦ ପ୍ରତିଶତ ବୃଦ୍ଧି ହୋଇଥିଲା ଏବଂ ୫୩ କୋଟି ଆୟ କରିଥିଲା । ଏହାସହ ୩ ଦ୍ୱିତୀୟ ଦିନରେ ପାଖାପାଖି ୫୭.୫୦ କୋଟି ଆୟ କରିଛି । ଏହାକୁ ନେଇ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହୋଇଛି । ତେବେ ତାଙ୍କର ଏହି କଲେକ୍ସନ ଦେଖି ଅନୁମାନ କରାଯାଉଛି ଯେ ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର-୩’ ଖୁବ ଶୀଘ୍ର ୨୦୦ କୋଟି ଟଙ୍କା କ୍ଳବରେ ସାମିଲ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking