ରୋମ୍: ରବିବାର ରୋମ୍ରେ ଗୋଟାଏ ଆପାର୍ଟମେଣ୍ଟ୍ ବ୍ଲକ୍ର ବାସିନ୍ଦାମାନଙ୍କର ବୈଠକ ଚାଲିଥିବା ବେଳେ ଜଣେ ବ୍ୟକ୍ତି ପିସ୍ତଲ ବାହାର କରି ଗୁଳି ଚଳାଇବାରୁ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନିଙ୍କ ବାନ୍ଧବୀଙ୍କ ସମେତ ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟା ବେଳେ ନିଜେ ମେଲୋନି ଉକ୍ତ ଗୁଳିକାଣ୍ଡରେ ନିହତ ହୋଇଥିବା ବାନ୍ଧବୀ ନିକୋଲିଟା ଗୋଲିସାନୋଙ୍କ ସହିତ ପୂର୍ବରୁ ଉଠାଇଥିବା ଗୋଟାଏ ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଛନ୍ତି।
ଫଟୋ ପାଖରେ ମେଲୋନି ଲେଖିଛନ୍ତି: ମୋ ଲାଗି ସଦାସର୍ବଦା ସେ ଏମିତି ସୁନ୍ଦର ଓ ସୁଖୀ ହୋଇ ରହିଥିବେ। ଏମିତି ମରିବା ଭଲ ନୁହେଁ। ରୋମ୍ ନଗରୀର ଫିଦେନେ ଜିଲ୍ଲାରେ ଥିବା ଗୋଟାଏ ବାର୍ରେ ଚାଲିଥିବା ବୈଠକରେ ଗୁଳି ଚଳାଇଥିବା ୫୭ ବର୍ଷିୟ ଉକ୍ତ ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ୍ ବାସିନ୍ଦାମାନେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ତାଙ୍କୁ ଗିରଫ କରିଛି।