19.1 C
Bhubaneswar
Monday, November 18, 2024
Homeପଞ୍ଚାୟତ ନିର୍ବାଚନରାୟଗଡା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ରାୟଗଡା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ରାୟଗଡା ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ଦିନର ଗଣତି ଚାଲୁ ରହିଥିବା ବେଳେ ବିଜେଡି ସର୍ବାଗ୍ରେ ରହିଥିବା ଜଣାପଡିଛି । ରାୟଗଡା ଜିଲ୍ଲାର ୨୨ ଗୋଟି ଜିଲ୍ଲା ପରିଷଦ ଆସନରୁ ଗତ କାଲି ହୋଇଥିବା ଗଣନାରେ ବିଜେଡି ୯ ଗୋଟି ଜିଲ୍ଲା ପରିଷଦ ଆସନରେ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ଦୁଇ ଗୋଟି ଆସନରେ ବିଜୟ ହାସଲ କରିଛି ।
ସେହିଭଳି ଆଜି ୯ ଗୋଟି ଜିଲ୍ଲା ପରିଷଦ ଆସନର ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ୬ ଗୋଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩ ଗୋଟି ଆସନରେ ଆଗୁଆ ରହିଛି । ଏହି ପରିପ୍ରେକ୍ଷୀରେ କୋରାପୁଟ ଲୋକସଭା ସାଂସଦ ଅଭିଯୋଗ କରିଛନ୍ତି ଯେ, ବିଜେଡି ଲୋକ ମାନଙ୍କୁ ଭୂତେଇ ଭୋଟ ଅକ୍ତିଆର କରିବା ସହ ସରକାରୀ କଳର ଦୁରୂପୋଯୋଗ କରିଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏହି ଅଭିଯୋଗ ଉପରେ ରାଜ୍ୟସଭା ସାଂସଦ ଙ୍କ କହିବା କଥା ଏହି ଅଭିଯୋଗ ର କୌଣସି ସତ୍ୟତା ନାହିଁ ଓ ଏହା ଏକ କଳ୍ପକଳ୍ପିତ କଥା ଏବଂ ଭିତ୍ତିହିନ ମନ୍ତବ୍ୟ ବୋଲି କହିବା ସହ ଆଗାମୀ ଦିନରେ ଲୋକ ସଭା ସାଂସଦ ଲୋକଙ୍କ ନିକଟତର ହୋଇ ଉନ୍ନୟନମୂଳକ କାର‌୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ରାୟଗଡା ଜିଲ୍ଲା ର ୨୨ ଗୋଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୮ ଗୋଟି ଜିଲ୍ଲା ପରିଷଦ ଆସନ ବିଜୟ ଲାଭ କରିବା ସହ ଜିଲ୍ଲା ପରିଷଦ ବିଜେଡି ଗଠନ କରିବ ବୋଲି ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking