27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶବିଲ୍ଡିଂରୁ ଖସି ‘ଥ୍ରୀ ଇଡିୟଟ୍ସ’ର ଲାଇବ୍ରେରିଆନ୍‌ ଅଖିଲ ମିଶ୍ରାଙ୍କ ମୃତ୍ୟୁ

ବିଲ୍ଡିଂରୁ ଖସି ‘ଥ୍ରୀ ଇଡିୟଟ୍ସ’ର ଲାଇବ୍ରେରିଆନ୍‌ ଅଖିଲ ମିଶ୍ରାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଲୋକପ୍ରିୟ ହୋଇଥିବା ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ ଘଟିଛି। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସେ ହାଇଦ୍ରାବାଦରେ ସୁଟିଂ କରୁଥିଲେ। ସେଠାରେ କୌଣସି ଏକ ବିଲ୍ଡିଂରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସାଙ୍ଗ ତଥା ଆକ୍ଟିଂ କୋଚ୍‌ କୁଲବିନ୍ଦର ବଖ୍‌ସି ଅଖିଲଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଅଖିଲ ତାଙ୍କ କ୍ୟାରିୟରରେ ଅନେକ ଟିଭି ଶୋ’ ଏବଂ ଫିଲ୍ମରେ କାମ କରିଛନ୍ତି। ସେ ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରୀ ସହ ଯୋଡ଼ି ହୋଇ ରହିଥିଲେ। କିନ୍ତୁ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଦୁବେଙ୍କ ଭୂମିକାରୁ ତାଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା। ଟିଭି ସିରିଏଲ୍‌ ‘ଉତରନ୍‌’ରେ ଉମେଦ ସିଂ ବୁଦେଲାଙ୍କ ଚରିତ୍ରରେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା।

ଅଖିଲଙ୍କ ଜର୍ମାନ ପତ୍ନୀ ସୁଜୈନ ବର୍ଣ୍ଣେଟ୍‌ ମଧ୍ୟ ପେସାରେ ଜଣେ ଅଭିନେତ୍ରୀ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ଅଖିଲଙ୍କ ପ୍ରଥମ ପତ୍ନୀ ଥିଲେ ମଞ୍ଜୁ ମିଶ୍ରା। ୧୯୮୩ରେ ବିବାହ ପରେ ଉଭୟଙ୍କର ୧୯୯୭ରେ ଛାଡ଼ପତ୍ର ହୋଇଯାଇଥିଲା। ଅଖିଲ, ସୁଜୈନ ବର୍ଣ୍ଣାଟଙ୍କୁ ୨୦୦୯ରେ ଦ୍ୱିତୀୟ ବିବାହ କରିଥିଲେ। ଉଭୟ ସ୍ୱାମୀ, ସ୍ତ୍ରୀ ଏକାଠି ଅନେକ ପ୍ରୋଜେକ୍ଟ କରିଛନ୍ତି। ଫିଲ୍ମ ‘କର୍ମ’, ଟିଭି ଶୋ’ ‘ମେରା ଦିଲ୍‌ ଦିଓ୍ଵାନା’, ଶର୍ଟ ଫିଲ୍ମ ‘ମଜନୁ କି ଜୁଲିଏଟ୍‌’ରେ ଦୁହେଁ ଷ୍ଟେଜ୍‌ ସେୟାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking