27.1 C
Bhubaneswar
Monday, November 18, 2024
Homeଓଡିଶା୩ ଜିଲ୍ଲାକୁ ମାଡ଼ି ଆସିଛି ପଶ୍ଚମବଙ୍ଗ ଲିଙ୍କ ; ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ...

୩ ଜିଲ୍ଲାକୁ ମାଡ଼ି ଆସିଛି ପଶ୍ଚମବଙ୍ଗ ଲିଙ୍କ ; ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି

ଭୁବନେଶ୍ବର : କରୋନା ପ୍ରତିରୋଧ ପାଇଁ ରାଜ୍ୟରେ ଲକ୍‌ଡାଉନ୍ ପରିସ୍ଥିତି। ବହୁ ମାତ୍ରାରେ ଲୋକେ ଏହାକୁ ମାନୁଥିବାବେଳେ କିଛି ଅମାନିଆଙ୍କ ପାଇଁ ଆଜି ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୭୯ରେ ପହଁଚିଛି। ତେବେ ଯେତେ ଜଗିଲେ ବି କୌଣସି ନା କୌଣସି ଗଳାବାଟ ଦେଇ ଆମ ରାଜ୍ୟରେ ପ୍ରବେଶ କରୁଛି କରୋନା । ଏଥିପାଇଁ ଏନ୍ ଏଚ୍-୧୬ ପାଲଟିଛି ମାଧ୍ୟମ । ସୀମାରେ କଡାକଡି ଚେକିଂ ହେଉଛି ତଥାପି ଗଳାବାଟ ଖୋଜି ନେଉଛନ୍ତି ଲୋକେ । ଯାହାର ପରିଣାମ ସେମାନେ ହିଁ ଭୋଗୁଛନ୍ତି ସତ କିନ୍ତୁ କିଛି ନିରିହ ବି ଏହାର ଶିକାର ହେଉଛନ୍ତି । ଭଦ୍ରକ,ଯାଜପୁର ଓ ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ପଜିଟିଭିଙ୍କ ଯାତ୍ରା ବୀବରଣୀରୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ପଶ୍ଚିମବଙ୍ଗ ଲିଙ୍କ୍ କଥା । ଯେତିକି ପଜିଟିଭି ସଂଖ୍ୟା ଏହି ତିନି ଜିଲ୍ଲାରେ ବାହାରୁଛନ୍ତି ଅଧିକାଂଶଙ୍କ ଟ୍ରାଭେଲ ହିଷ୍ଟ୍ରିରେ ପଶ୍ଚିମବଙ୍ଗ ଲିଙ୍କ ରହିଛି। ଫଳରେ ଏହା ରାଜ୍ୟରେ ଚିନ୍ତାର କାରଣ ପାଲଟିଛି । ଏତେ ସବୁ ପରେ ବି ସଚେତନ ହେଉନାହାନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି । ସୁସ୍ଥ ହୋଇଛନ୍ତି ୨୫ଜଣ ଅନ୍ୟ ୫୩ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ହେଲେ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା (୮), ଯାଜପୁର(୭) ଓ ଭଦ୍ରକରେ(୭) ପହଁଚିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking