27.8 C
Bhubaneswar
Thursday, April 18, 2024
Homeକରୋନାମୁମ୍ବାଇରେ ୫୩ ସାମ୍ବାଦିକ କରୋନା ସଂକ୍ରମିତ

ମୁମ୍ବାଇରେ ୫୩ ସାମ୍ବାଦିକ କରୋନା ସଂକ୍ରମିତ

ମୁମ୍ବାଇ : ପ୍ରମୂଖ କରୋନା ଯୋଦ୍ଧାଙ୍କ ମଧ୍ୟରେ ପରିଗଣିତ ସାମ୍ବାଦିକମାନେ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇର ୫୩ଜଣ ସାମ୍ବାଦିକ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜେଟିଭ୍ ବାହାରିଛି । ସେମାନେ ଗତ ସପ୍ତାହରେ ଏକ ସ୍ୱତନ୍ତ୍ର କ୍ୟମ୍ପରେ କରୋନା ସଂକ୍ରମଣ ପରୀକ୍ଷା କରାଇଥିଲେ । ଟେଲିଭିଜନ୍ ସାମ୍ବାଦିକ ସଙ୍ଘର ଅଧ୍ୟକ୍ଷ ବିନୋଦ ଜଗଦଲ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମିତ ସାମ୍ବାଦକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇ ନଥିଲା ବୋଲି ବୃହନ୍ ମୁମ୍ବାଇ ପୌରପାଳିକାର ଅଧିକାରୀ କହିଛନ୍ତି । ଏମାନଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ବିଶେଷ ପରୀକ୍ଷା ଶିବିର ପ୍ରତିଷ୍ଠା କରାଯାଇ ୧୭୧ଜଣଙ୍କ ପରୀକ୍ଷା ହୋଇଥିଲା ।
https://onakhabar.com/2020/04/21/corona-in-the-presidential-palace/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking