ଯାଜପୁର( ଓଏନଏ): ତିନି ଅନାଥ ପିଲାଙ୍କୁ କେବଳ ଭଗବାନ ଭରଷା?ସତରେ କେତେ ନିର୍ଦୟ ଏ ଭଗବାନ ଛୁଆ ଙ୍କ ପାଖରୁ ଛଡେଇ ନେଇଛନ୍ତି ବାପା ଓ ମା ଙ୍କୁ ସାହାରା କଇଲେ ବିଧ ବା ବୁଢ଼ୀ ମା ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁମିଳିଛି,ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚୟତର ଓଡ଼ଙ୍ଗ ଗ୍ରାମରେ। ପରିବାର କହିଲେ ଚନ୍ଦ୍ରଶେଖର ମଲ୍ଲିକ ସ୍ତ୍ରୀ ସନ୍ଧ୍ୟା ରାଣୀ ମଲ୍ଲିକ ଓ ସେମାନଙ୍କ ଦୁଇ ପୁଅ ଓ ଗୋଟେ ଝିଅ ଓଗୋଟେ ଅଭିହାରୀ ଭୋଉନି ଟେ ଜମିବାଡ଼ି ନଥିବା ହେତୁ ମୂଲ ଲାଗି ପରିବାର ପ୍ରତି ପୋଷଣ କରୁଥିଲେ ଚନ୍ଦ୍ର ଶେଖର।ମହାମାରୀ କରନା ପାଇଁ ସରକାର ଯେତେବେଳେ ଲୋକ ମାନଙ୍କୁ ତାଲା ବନ୍ଦୀରେ ରଖିଲେ,ସେତେବେଳେ ନିଜର ରୋଜଗାର ହରେଇ ବସିଲେ ଚନ୍ଦ୍ର ଶେଖର।ସ୍ତ୍ରୀ ପିଲାଛୁଆ କୁ ଭୋକ ଉପବାସରେ ଡ଼ହଳ ବିକଳକୁ ସହି ନପାରି ଆଜକୁ ୧ବର୍ଷ ପୂର୍ବେ ଇଛା ମୃତ୍ୟୁ କୁ ଆପଣାଇ ନେଲା ଚନ୍ଦ୍ର ଶେଖର।ସ୍ୱାମୀର ମୃତ୍ୟୁରେ ଭାଙ୍ଗି ପଡିଥିବା ସ୍ତ୍ରୀ ସନ୍ଧ୍ୟା ଅଭାବ ଭିତରେ ଥାଇ ଦିନେ ଖାଇ ଦୁଇ ଓଳି ଉପାସରେ ଦିନ କାଟୁଥିବା ବେଳେ,ଖାଦ୍ୟ ବିନା ରୋଗରେ ଆକ୍ରାନ୍ତ ହୋଇ ଆଜକୁ 2 ଦିନ ହେଲେ ଶୋଇ ଗଲେ ଚିର ନିଦ୍ରାରେ।ସତରେ ଭଗବାନ ବଡ଼ ନିଷ୍ଠୁର।ଆଜି ଅନାଥ ହୋଇ ଗଲେ ତାଙ୍କର ତିନି ପିଲା ସତ୍ୟ ପ୍ରକାଶ,ଓମ ପ୍ରକାଶ ଓ କୁନି ଝିଅ ଅର୍ଚନା। ବୟସ କ୍ରମାନ୍ଵୟରେ ୧୦ବର୍ଷ ୬ ବର୍ଷ ଓ ୪ ବର୍ଷ। କି? ପାପ କରିଥିଲେ ଏହି ଆଜ୍ଞାନୀ ଶିଶୁମାନେ।ଯେଉଁ ବୟସରେ ବାପ ମାଙ୍କ ହାତ ଧରି ବାଟ ଚାଲିବା କଥା ସେ ବୟସରେ ଆଜି ହୋଇଗଲେ ଦାଣ୍ଡର ଭିକାରୀ,ବାପ ମା ଛେଉଣ୍ଡ।ତେବେ ଏଭଳି ପରିସ୍ଥିତିରେ ଆମର ଯାଜପୁର ପ୍ରଶାସନ କୁ ଅନୁରୋଧ ତୁରନ୍ତ ଏହି ଶିଶୁ ପିଲା ମାନଙ୍କ ପାଇଁ ଯୋଗାଇ ଦିଅନ୍ତୁ ସେମାନଙ୍କ ମୌଳିକ ସୁବିଧା।ଯୋଗାଇ ଦିଅନ୍ତୁ ସେମାନଙ୍କର ବଞ୍ଚିବାର ରାହା।ହୁଏତ ଏହି ବାପ ମା ଛେଉଣ୍ଡ ପିଲା ତିନୋଟି ହୋଇ ପାରିବେ କାଲିର ଦେଶ ପାଇଁ ବିର ଯବାନ।ତେବେ ଖବର ପ୍ରସାରଣ ପରେ ତୁରନ୍ତ ଏମାନଙ୍କ ଉପରେ ନଜର ପକାନ୍ତୁ ରାଜ୍ୟ ସରକାର।ତାଙ୍କ ରାଜ୍ୟରେ କେମିତି ବାପ ମା ହରାଇ ବାପ ମା ଛେଉଣ୍ଡ ହୋଇ ଡ଼ହଳ ବିକଳ ହେଉଛନ୍ତି ଏହି ଅଜ୍ଞାନୀ ପିଲା ତିନୋଟି। ତେବେ ବାପ ମାଙ୍କ ଦୁଃଖ ଏମାନଙ୍କୁ ନ ଲାଗୁ ବୋଲି ଅଞ୍ଚଳ ବାସୀ ଦାବି କରିଥିବା ବେଳେ,ପ୍ରଶାସନ ତରଫରୁ ତୁରନ୍ତ ଏମାନଙ୍କୁ ସହ ଯୋଗର ହାତ ବଢ଼ାଇ ବାକୁ ଅନେକ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।