28.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶପୁଣି ଥରେ ସଲମାନ୍‌ଙ୍କୁ ହତ୍ୟା ଧମକ; ମନ୍ଦିରରେ ଭୁଲ୍ ମାଗ, ୫ କୋଟି ଦିଅ

ପୁଣି ଥରେ ସଲମାନ୍‌ଙ୍କୁ ହତ୍ୟା ଧମକ; ମନ୍ଦିରରେ ଭୁଲ୍ ମାଗ, ୫ କୋଟି ଦିଅ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାଁରେ ପୁଣି ସଲମାନ୍‌ଙ୍କୁ ଜୀବନରୁ ମାରିଦେବାକୁ ମୁମ୍ବାଇ ଟ୍ରାଫିକ ପୁଲିସ୍‌କୁ ପୁଣି ଥରେ ଇ-ମେଲ୍ ଜରିଆରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଛି। ଏଥିରେ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ସଲମାନ୍‌ଙ୍କୁ ମନ୍ଦିରକୁ ଯାଇ କ୍ଷମା ମାଗିବା ସହ ୫କୋଟି ଟଙ୍କା ଦେବାକୁ କୁହାଯାଇଛି। ଯଦି ସଲମାନ୍ ଏପରି ନକରନ୍ତି ତେବେ ତାଙ୍କୁ ଜୀବନରୁ ମାରିଦିଆଯିବ ବୋଲି ମଧ୍ୟ ଏହି ବାର୍ତ୍ତାରେ ଚେତାବନୀ ଦିଆଯାଇଛି। ପ୍ରକାଶ, ଏହା ସଲମାନ୍‌ଙ୍କୁ ଗୋଟିଏ ସପ୍ତାହରେ ମିଳିଥିବା ୨ୟ ଧମକପୂର୍ଣ୍ଣ ବାର୍ତ୍ତା। ଏହି ବାର୍ତ୍ତା ପଠାଇଥିବା ବ୍ୟକ୍ତିଜଣକ ନିଜକୁ ଲରେନ୍ସ ବିଷ୍ଣୋଇର ଭାଇ ବୋଲି ଉଲ୍ଲେଖ କରିଛି। ଅନ୍ୟପକ୍ଷେ ଏପ୍ରକାର ଧମକପୂର୍ଣ୍ଣ ମେସେଜ୍ ମିଳିବା ପରେ ପରେ ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହା ପୂର୍ବରୁ ଗତ ସପ୍ତାହରେ ୩୦ ଅକ୍ଟୋବରରେ ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲକୁ ସଲମାନ୍ ଖାନ୍‌ଙ୍କ ପାଇଁ ଏଭଳି ଧମକପୂର୍ଣ୍ଣ ମେସେଜ ମିଳିଥିଲା। ସେହି ସମୟରେ ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିବାକୁ ଧମକ ଦିଆଯାଇଥିଲା। ଏହାପରେ ମୁମ୍ବାଇ ପୁଲିସ ଜଣେ ଅଜଣା ଯୁବକଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking