29.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଭୁଶୁଡ଼ିଲା ବୁଲେଟ୍ ଟ୍ରେନ୍ ପାଇଁ ନିର୍ମାଣାଧୀନ ପୋଲ, ୨ ଶ୍ରମିକ ମୃତ

ଭୁଶୁଡ଼ିଲା ବୁଲେଟ୍ ଟ୍ରେନ୍ ପାଇଁ ନିର୍ମାଣାଧୀନ ପୋଲ, ୨ ଶ୍ରମିକ ମୃତ

ଅହମଦାବାଦ: ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲିଥିବା ସମୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଗୁଜରାଟର ଆନନ୍ଦ ଅଞ୍ଚଳ ଦେଇ ପ୍ରବାହିତ ମାହି ନଦୀ ଉପର ଦେଇ ଏକ ପୋଲ ନିର୍ମାଣ କରାଯାଉଥିବା ବେଳେ ନିର୍ମାଣାଧୀନ ପୋଲଟି ଆଜି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଶ୍ରମିକ ଆହତ ହୋଇଛନ୍ତି। ଏତଦ୍‌ବ୍ୟତୀତ ଭଗ୍ନାବଶେଷ ତଳେ ଆଉ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଥିବାରୁ ଏଠାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ ଏକ ବିବୃତିରେ କହିଛି ଯେ, ମଙ୍ଗଳବାର ସନ୍ଧ୍ୟାରେ ମାହି ନଦୀର କଂକ୍ରିଟ୍ ବ୍ଲକ୍ ମଧ୍ୟରେ କିଛି ଶ୍ରମିକ କାମ କରୁଥିବା ବେଳେ ପୋଲଟି ଧଶି ପଡିଥିଲା। ଫଳରେ କିଛି ଶ୍ରମିକ ଏହାତଳେ ରହିଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର ପାଇଁ ଗୁଜରାଟର ମୋଟ ୨୦ଟି ନଦୀ ପୋଲ ମଧ୍ୟରୁ ଏପର୍ଯ୍ୟନ୍ତ ୧୨ଟି ସମ୍ପୂର୍ଣ୍ଣ ହୋଇଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡରର ଲମ୍ବ ୫୦୮ କିଲୋମିଟର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking