ନୂଆଦିଲ୍ଲୀ : ପୁଟିନଙ୍କ ଆକ୍ରମଣ ପରେ ଚିନ୍ତାରେ ନାଟୋ ଦେଶ । ବିଶ୍ୱ ଯୁଦ୍ଧ ଆଶଙ୍କାରେ ଅସ୍ତ୍ରଭଣ୍ଡାର ଭରିବାରେ ଲାଗିଲେଣି ବିଭିନ୍ନ ଦେଶ । ନାଟୋ ସହଯୋଗୀ ବଢାଇବେ ସାମରିକ ବଜେଟ । ନିଜ ଅସ୍ତ୍ର ଭଣ୍ଡାରକୁ ଅତ୍ୟାଧୁନିକ କରିବାକୁ ଯୋଜନା ରହିଛି । ଋଷ ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରବେଶ କରିପାରେ ନାଟୋ । ସାମରିକ ଘାଟି ଦଖଲ କରିବା ପାଇଁ ନାଟୋର ପ୍ଲାନ ରହିଛି ।