22.1 C
Bhubaneswar
Thursday, January 23, 2025
Homeଓଡିଶାକୋଭିଡ ସ୍ଥିତି ସୁଧୁରିଲେ ଏଥର ଖରାଛୁଟି ହେବ ବାତିଲ

କୋଭିଡ ସ୍ଥିତି ସୁଧୁରିଲେ ଏଥର ଖରାଛୁଟି ହେବ ବାତିଲ

ତୃତୀୟରୁ ଅଷ୍ଟମ ପର୍ଯ୍ୟନ୍ତ ଡାଉଟ୍ କ୍ଲିୟର ଲାଗି ହେବ ସ୍ୱତନ୍ତ୍ର କ୍ଲାସ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ  ଶିକ୍ଷାଦାନ ଶେଷ କରିବା ସହ କିପରି ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶ କରାଯିବ ସେ ନେଇ ଗଣଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରଚଳନ କରାଯାଇଥିଲା ।  ୨୦୨୦ରୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଥିଲେ ହେଁ କୋଭିଡ ଯୋଗୁଁ ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିନଥିଲା । ତଥାପି ପାଠ୍ୟଖସଡା ହ୍ରାସ କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୋର୍ସ ଶେଷ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଥିଲେ । ତେବେ ଅନ୍‌ଲାଇନ୍ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ତଳଶ୍ରେଣୀର ପିଲାମାନେ ଉପରକ୍ଲାସକୁ ଯିବାପରେ ଯେପରି ସେମାନଙ୍କ ମଧ୍ୟରେ ଉପରଶ୍ରେଣୀରେ ଶିକ୍ଷାଗ୍ରହଣ ଲାଗି ସଠିକ ଦକ୍ଷତା ରହିବ ସେଥିଲାଗି ଗଣାିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟସ୍ ପ୍ରସ୍ତତ କରାଯାଇଛି ।

ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବାରୁ ରାଜ୍ୟରେ ଯେଉଁ ବିକଳ୍ପ ବ୍ୟବସ୍ଥାରେ ଶିକ୍ଷାଦାନ କରାଯାଉଛି ସେଥିରେ ଯେପରି ପିଲାମାନେ ସଠିକ ଶିକ୍ଷା ପାଇପାରିବେ ସେଥିଲାଗି ମଧ୍ୟ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି । ଚଳିତବର୍ଷ ଖରାଛୁଟିରେ ଛାତ୍ରଛାତ୍ରୀଙ୍କର ଡାଉଟ୍ କ୍ଲିୟର ଲାଗି ଅନ୍‌ଲାଇନ୍ ଶିକ୍ଷାଦାନ ନଚେତ ସ୍ଥିତିି ସୁଧୁରିଥିଲେ ଅଫ୍‌ଲାଇନ୍‌ରେ ଅତିରିକ୍ତ ପାଠପଢ଼ା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ସବୁ ଜିଲ୍ଲାର ଡିଓଇ ଏବଂ ଏସ୍‌ଏମ୍‌ସି ସଦସ୍ୟଙ୍କ ସହ ଓସେପା ଏବଂ ଗଣଶିକ୍ଷା ବିଭାଗର ବରିଷ୍ଟ ଅଧିକାରୀଙ୍କ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ମୋଟ ୬୭ହଜାର ୯୬୦ଟି ସ୍କୁଲ ରହିଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦ ରହିଛି । ସେହିପରି ୧ମରୁ ୫ମ ପର୍ଯ୍ୟନ୍ତ ଶିକ୍ଷକଙ୍କ ସଂଖ୍ୟା ୧,୩୦,୫୧୬ ଏବଂ ଉଚ୍ଚପ୍ରାଥମିକ ଶ୍ରେଣୀ ଲାଗି ୬୬ହଜାର ୮୧୦ଜଣ ଶିକ୍ଷାଦାନ କରୁଛନ୍ତି । ଆଗକୁ ନିର୍ବାଚନ ଲାଗି ରାଜ୍ୟର ଅନେକ ସ୍କୁଲର ଶିକ୍ଷକଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରାଯିବାରୁ ଅନ୍‌ଲାଇନ୍ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ । ତେବେ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଶେଷ ହେବା ପରେ ମେ ରୁ  ଜୁନ୧୫ ପର୍ଯ୍ୟନ୍ତ ଏକ୍ସଟ୍ରା କ୍ଲାସ କରାଯିବ । ତେବେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ରୋଷ୍ଟର ଡ୍ୟୁଟି ମାଧ୍ୟରେ କ୍ଲାସ ନେବେ ।

ବିଶେଷକରି ତୃତୀୟରୁ ୫ମ ପର୍ଯ୍ୟନ୍ତ ଇଂରାଜୀ, ବିଜ୍ଞାନ ଏବଂ ଗଣିତ ବିଷୟକୁ ଗୁରୁତ୍ୱ ଦିଆଯିବ । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ଗଣିତ ବିଷୟ ସମେତ ଅତିରିକ୍ତ ୩ଟି ବିଷୟ ଭିତ୍ତିକ ପାଠ୍ୟକ୍ରମର ଡାଉଟ୍‌କ୍ଲିୟର କ୍ଲାସ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ନବମ ଏବଂ ଦଶମ ଶ୍ରେଣୀ ଲାଗି ସପ୍ତାହିକ ୪ଟି ରିଭିଜନ ଏବଂ ଡାଉଟକ୍ଲିୟକ କ୍ଲାସ କରାଯିବ । ସ୍କୁଲରେ କେଉଁଦିନ କେଉଁ ଶିକ୍ଷକ ପଢ଼ାଇବେ ତାହା ସଂମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ନିଷ୍ପତ୍ତି ନେବେ ।

ଡାଉଟ କ୍ଲାସ ଲାଗି କେଉଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବ ନାହିଁ । ଅନ୍‌ଲାଇନ୍ ସମେତ ସ୍ଥିତିରେ ସୁଧାର ଆସିଥିଲେ ପିଲାମାନେ ଚାହିଁଲେ ସ୍କୁଲ ଆସି ଶିକ୍ଷକଙ୍କ ଠାରୁ ଅତରିକ୍ତ କ୍ଲାସ କରିପାରିବେ । ଏଥିଲାଗି ମଧ୍ୟ ଅଭିଭାବକଙ୍କ ଅନୁମତି ଆବଶ୍ୟକ ରହିବ । ସେହିପରି ଚଳିତବର୍ଷ  ଯଦି ଖରା ଅଧିକ ରହେ ତେବେ ଆବଶ୍ୟକସ୍ଥଳେ ଏପ୍ରିଲ ପ୍ରଥମ ସପ୍ତାହରୁ ଖରାଛୁଟି କରାଯିବ । ଏପ୍ରିଲ ୧୫ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ବଣ୍ଟାଯିବ । ଯଦି ଆଉ କିଛି ପୁସ୍ତକ ପ୍ରକାଶନରେ ବିଳମ୍ବ ଘଟେ ତେବେ ସମ୍ପୃକ୍ତ ପୁସ୍ତକ ଜୁନ୍ ଶେଷ ସୁଦ୍ଧା ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ଛାତ୍ରଛାତ୍ରୀଙ୍କ ସୁବିଧା ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଡାଉଟ କ୍ଲିୟର କୌଣସି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉପରେ ଚାପ ନପକାଇବାକୁ ପରାମର୍ଶ ମଧ୍ୟ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking