20.1 C
Bhubaneswar
Wednesday, December 25, 2024
Homeବଲିଉଡଗଣମାଧ୍ୟମରେ କଙ୍ଗନାଙ୍କୁ ଚାପୁଡ଼ା ମାରିବା କଥା କହିଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ...

ଗଣମାଧ୍ୟମରେ କଙ୍ଗନାଙ୍କୁ ଚାପୁଡ଼ା ମାରିବା କଥା କହିଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ…

ମୁମ୍ବଇ : ନିଜର ବେବାକ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚା ରେ ରହୁଥିବା ଅଭିନେତ୍ରୀ କଙ୍ଗନା ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ଏହି ଚର୍ଚ୍ଚାର କାରଣଟି ବେଶ ଅଲଗା । ପାକିସ୍ତାନୀ ଅଭିନେତ୍ରୀ ଗଣମାଧ୍ୟମରେ କଙ୍ଗନାଙ୍କୁ ଚାପୁଡ଼ା ମାରିବା କଥା କହିଛନ୍ତି । ତେବେ ଏହି କଥାଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ନିଆଁ ଭଳି ଖେଳେଇ ଯାଇଛି । ତେବେ କାଙ୍ଗନା ନିଜ ମନ୍ତବ୍ୟ ପାଇଁ ବହୁତ ସମୟ ଟ୍ରୋଲ ହେଉଥିଲେ ମଧ୍ୟ ତାଙ୍କର ଏହି ଅନ୍ଦାଜ ପାଇଁ ତାଙ୍କୁ ତାଙ୍କ ଫ୍ୟାନ୍ସମାନେ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି | ହେଲେ ଏଥର ବଲିଉଡର କ୍ୱିନ୍ ଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇ ଟ୍ରୋଲର ସମ୍ମୁଖୀନ ହୋଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ନୌଶିନ ଶା | ସୂଚନା ଅନୁଯାୟୀ, ମୋମିନ ସାକିବଙ୍କ ଚାଟ୍‌ ଶୋ’ରେ ଅଭିନେତ୍ରୀ ଜଣକ ନିଜର ଏକ ବିବାଦୀୟ ମନ୍ତବ୍ୟ ରଖିଥିଲେ । ଏହି ଚାଟ୍‌ ଶୋ’ରେ ଯେତେବେଳେ ନୌଶିନଙ୍କୁ ପଚରାଯାଇଥିଲା, ଆପଣ ବଲିଉଡ୍‌ର କେଉଁ ଅଭିନେତ୍ରୀ/ଅଭିନେତାଙ୍କୁ ଭେଟିବାକୁ ଚାହାଁନ୍ତି । ସେତେବେଳେ ଅଭିନେତ୍ରୀ ଜଣକ ଉତ୍ତରରେ କହିଥିଲେ, ମୁଁ କଙ୍ଗନାଙ୍କୁ ଭେଟିବାକୁ ଚାହେଁ । ଭେଟିବା ପରେ ତାଙ୍କୁ ଦୁଇ ଚାପୁଡ଼ା ମାରିବାକୁ ଚାହେଁ। କାରଣ କଙ୍ଗନା ଅନ୍ୟ ଲୋକ ଏବଂ ସେମାନଙ୍କ ଦେଶକୁ ସମ୍ମାନ କରନ୍ତି ନାହିଁ। କୌଣସି ଜ୍ଞାନ ବିନା ପାକିସ୍ତାନ ବିଷୟରେ ଓଲଟାପାଲଟା କଥାବାର୍ତ୍ତା କରୁଛନ୍ତି ଏବଂ ତାହା ନିନ୍ଦା ଜନକ। ସେ ତାଙ୍କ ଅଭିନୟ,ବିବାଦ ଏବଂ ପୂର୍ବତନ ପ୍ରେମିକଙ୍କ ଉପରେ ଧ୍ୟାନ ଦେବା ଉଚିତ। ତେବେ ପାକିସ୍ତାନୀ ଅଭିନେତ୍ରୀଙ୍କ ଏହି ଭଳି ବିବାଦୀୟ ମନ୍ତବ୍ୟ ଉପରେ କଙ୍ଗନାଙ୍କର ଏଯାଏଁ କୋଣସି ପ୍ରତିକ୍ରୟା ଆସିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking